ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ମହିଳା ମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାକୁ ନେଇ ସମାଲୋଚନା କରୁଥିବା ବିଜେଡି ଉପରେ ଏବେ ପ୍ରବଳ ବର୍ଷିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ବିଜେଡ଼ି ସରକାର ଥିବା ସମୟରେ ନିର୍ବାଚନ ବେଳେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ବର୍ତ୍ତମାନ ମହିଳାଙ୍କୁ ଆର୍ଥିକ ଦିଗରେ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସରକାରଙ୍କର ଏଭଳି ଭଲ ପଦକ୍ଷେପକୁ ଦେଖି ସହି ପାରୁନି ବିଜେଡ଼ି। ଏହାସହ ବିଧାନସଭାକୁ ମଧ୍ୟ ଭଲ ଭାଗରେ ଚଳେଇ ଦେଉନି ବିଜେଡି। ଗୃହରେ ହଟ୍ଟଗୋଳ କରିବାର ମାନସିକତା ନେଇ ବିଜେଡ଼ି ଆସୁଛି ବୋଲି କହିଛନ୍ତି ବିଧାୟିକା ଉପାସନା ମହାପାତ୍ର।
