ବ୍ରାଜିଲ : ‘ଏକ୍ସ’ ବା ଟ୍ୱିଟର୍ ଉପରେ ବ୍ୟାନ୍ ଲଗାଇଲେ ସରକାର। ଶନିବାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ ବା ଟ୍ୱିଟର୍ ଉପରେ ବ୍ୟାନ୍ ଲଗାଇଛନ୍ତି ବ୍ରାଜିଲ ସରକାର। ବ୍ରାଜିଲର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ‘X’କୁ ବ୍ୟାନ୍ କରିଛନ୍ତି ସେଠାକାର ସରକାର। ଯାହା ଫଳରେ ବର୍ତ୍ତମାନ ଆଉ ବ୍ରାଜିଲର ଉପଭୋକ୍ତାମାନେ ‘X’ର ସେବାକୁ ବ୍ୟବହାର କରିପାରିବେ ନାହିଁ। ଦୀର୍ଘ ଦିନ ଧରି ବ୍ରାଜିଲର ସୁପ୍ରିମକୋର୍ଟ ଏବଂ TESLA କମ୍ପାନୀର ସିଇଓ ଏଲୋନ୍ ମସ୍କଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଡେଡ୍ଲାଇନ ଜାରି କରିଥିଲେ। କିନ୍ତୁ ‘ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଏଥିରେ ଖୁବ୍ଧ ହୋଇ ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ଆଲେକଜାଣ୍ଡର ଡି’ ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍ କରିବାପାଇଁ ଆଦେଶ ଜାରି କରିଛନ୍ତି। ବ୍ରାଜିଲର ଗଣତନ୍ତ୍ରକୁ ଦୁର୍ବଳ କରାଯାଉଥିବା ଖବର ଏକ୍ସ’ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିସହ ବ୍ରାଜିଲ କୋର୍ଟ ନ୍ୟାସନାଲ ଟେଲିକମ୍ୟୁନିକେସନ ଏଜେନ୍ସିକୁ ୨୪ ଘଣ୍ଟା ଭିତରେ ଏହାକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ୫ ଦିନ ମଧ୍ୟରେ ଅନଲାଇନ୍ ପ୍ଲେ ଷ୍ଟୋରରୁ X ଆପ୍ ହଟାଇବା ପାଇଁ Apple ଏବଂ Googleକୁ ନିର୍ଦ୍ଦେଶ ଜାରି କରିଛନ୍ତି।
‘X’କୁ ବ୍ୟାନ୍ କଲେ ବ୍ରାଜିଲ ସରକାର
