ପାକିସ୍ତାନ : ବର୍ତ୍ତମାନ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ଏଥର ରାଜନୀତି କ୍ଷେତ୍ରରେ ନୁହେଁ ବରଂ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବା ପାଇଁ ମନ ବଳାଇଛନ୍ତି ଇମ୍ରାନ। ଅକ୍ସପୋର୍ଡ ୟୁନିଭରସିଟିରେ କୁଳପତି ହେବାକୁ ଇଚ୍ଛା କରୁଛନ୍ତି ଇମ୍ରାନ। ଏଥିପାଇଁ ସେ ଆବେଦନ କରିଥିବା ମଧ୍ୟ ସୂଚନା ମିଳିଛି। ଇମ୍ରାନ୍ଙ୍କ ଆବେଦନପତ୍ର ଦାଖଲ ସମ୍ପର୍କରେ ସୂଚନା ଦେଇ ଲଣ୍ଡନ ସ୍ଥିତ ପିଟିଆଇ ମୁଖପାତ୍ର ସୟଦ୍ ଜୁଲ୍ଫିକର ବୁଖାରି କହିଛନ୍ତି ଯେ ,ଏହା ଏକ ସମ୍ମାନସୂଚକ ପଦଵୀ ଅଟେ । ଯଦି ବାସ୍ତବରେ ତାଙ୍କ ଆବେଦନ ଅନୁସାରେ ସେ ଚୟନ ହୁଅନ୍ତି ତାହାଲେ ୧୦ ବର୍ଷ ପର୍ଯ୍ୟନ୍ତ କୁଳପତି ଭାବରେ ଦାୟିତ୍ଵ ସମ୍ଭାଳିବେ । ଏବଂ ଏହାସହିତ ସେ ପ୍ରଥମ ଏସୀୟ ଭାବେ ଏହି ସମ୍ମାନର ଅଧିକାରୀ ମଧ୍ୟ ହେବେ । କିନ୍ତୁ ଆଉ କେତେକ ବିଶେଷଜ୍ଞ ତାଙ୍କ ଆବେଦନ ଉପରେ ପ୍ରଶ୍ନ ଉଠାଇବା ସହିତ ସେ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ନୁହଁନ୍ତି ବୋଲି ମତ ପ୍ରକାଶ କରିଛନ୍ତି।
କାରଣ ବ୍ରିଟେନର ପୂର୍ବ ବିଦେଶ ସଚିବ ୱିଲିୟମ୍ ହଗ୍, ପୂର୍ବତନ ୟୁରୋପୀୟ ବାଣିଜ୍ୟ କମିସନର ପିଟର ମଣ୍ଡେଲସନ୍, ପୂର୍ବ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର୍, ବୋରିସ୍ ଜନ୍ସନ୍ଙ୍କ ଭଳି ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତି ଏହି ପଦ ପାଇଁ ମଧ୍ୟ ଆବେଦନ କରିଛନ୍ତି । ୧୯୭୫ରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ଇମ୍ରାନ୍ ରାଜନୀତି ଏବଂ ଅର୍ଥନୀତିରେ ପାଠ ପଢୁଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ୨୦୦୫ରୁ ୨୦୧୪ ମଧ୍ୟରେ ବ୍ରାଡ୍ଫର୍ଡ ବିଶ୍ଵବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ ଇମ୍ରାନ । ବର୍ତ୍ତମାନ ସେ ଅକ୍ସପୋର୍ଡରେ କୁଳପତି ହେବାକୁ ମନ ବଳାଇଛନ୍ତି ଇମ୍ରାନ । ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶକୁ ଠିକ୍ରେ ସମ୍ଭାଳି ପାରୁନଥିବାରୁ ତାଙ୍କର ପଦ ଯିବା ସହିତ ଅନେକ ବିବାଦରେ ସେ ଛନ୍ଦି ହୋଇ ସେ ଏବେ ଜେଲ ରେ ଅଛନ୍ତି । କିନ୍ତୁ ଏବେ ସେ ଜେଲ ର କାଳ କୋଠରୀରୁ ମୁକ୍ତ ହୋଇ ସେ ରାଜନୀତିରେ ପ୍ରବେଶ ନ କରି ଅକ୍ସପୋର୍ଡ ୟୁନିଭରସିଟିରେ କୁଳପତି ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।