ଏଣିକି ଚାଉଳ ସହ ମିଳିବ ଗହମ

ଭୁବନେଶ୍ୱର, ୧୭/୦୮: ଚାଉଳ ସହ ମିଳିବ ଗହମ l ଅଜ୍ଞା ହଁ ଏଣିକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ l ହିତାଧିକାରୀଙ୍କ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଣିଲେ ବଡ଼ ଉପହାର l ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଓ ୧ କିଲୋ ଗହମ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି l

ଲୋକଙ୍କର ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ମିଳିବ l ପୂର୍ବ ସରକାର ମୁଁହରେ ଶକ୍ତ ଚାପୁଡ଼ା ମାରିଛନ୍ତି ବର୍ତମାନ ବିଜେପି ସରକାର l ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ ପୂର୍ବ ସରକାର। ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ।

ବର୍ତ୍ତମାନ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ହିତାଧିକାରୀମାନେ ଚାଉଳ ସହ ଗହମ ପାଇବେ। ଗତ ବିଜେଡି ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ନିର୍ଦ୍ଧାରିତ ଗହମ କୋଟା ଖର୍ଚ୍ଚ କରିବାରେ ବିଫଳ ତତ୍‌କାଳିନୀ ବିଜେଡି ସରକାର ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *