ବିଶାଖାପାଟଣା, ୦୪/୦୮: ଟ୍ରେନରେ ଲାଗିଲା ନିଆଁ | ପ୍ଲାଟଫର୍ମରେ ଠିଆ ହୋଇଥିବା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ | ଦେଖୁ ଦେଖୁ ଜଳିଗଲା ଟ୍ରେନ | ହୁତୁ ହୁତୁ ହୋଇ ଉପରକୁ ଉଠିଲା ନିଆଁ | ଯାହା ଫଳରେ ଟ୍ରେନର ତିନୋଟି ବଗି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି | ବିଶାଖାପାଟନମ ରେଲୱେ ଷ୍ଟେସନରେ ଘଟିଛି ଏଭଳି ଅଗ୍ନିକାଣ୍ଡ |
ବିଶାଖାପାଟନମ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା କୋରବା-ବିଶାଖା ଏକ୍ସପ୍ରେସରେ ଅଗ୍ନିକାଣ୍ଡ | ଏସ୍ପିରେସରେ ୩ ଟି ଏସି କୋଚରେଘଟିଛି ଅଗ୍ନିକାଣ୍ଡ | ପ୍ରଥମ ଏ-୧ କୋଚ୍ରୁ ନିଆଁ ବାହାରି ଅନ୍ୟ ବଗିକୁ ବ୍ୟାପିଯାଇଥିଲା | ପରେ ପରେ ଏହା ଅନ୍ୟ ତିନି ବଗିକୁ ନିଆଁ ବ୍ୟାପିଥିଲା | ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି | ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି |