ମୁଖ୍ୟମନ୍ତ୍ରୀ କହିଲେ ପରିବର୍ତ୍ତନ ହେବନି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ ଘୋଷଣା | ଗତକାଲି ରାଜ୍ୟସ୍ତରରେ କୃତୀ କୀଡ଼ାବିତ୍‌ ମାନଙ୍କୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇ କ୍ରୀଡା ପୁରସ୍କାର ର ନାମ ପରିବର୍ତ୍ତନ ହେବନି ବୋଲି ଗଣମାଧ୍ୟମରେ ସ୍ପଷ୍ଠ କରିଛନ୍ତି।

ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଚର୍ଚ୍ଚା ହେଉଥିବା ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଯୋଜନା ନାହିଁ। ବିଜେପି ସରକାର ରାଜ୍ୟର ସମସ୍ତ ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି। ଏଥିରେ କୌଣସି ପ୍ରକାର ଦ୍ବିମତ ନାହିଁ। ପୂର୍ବପରି କ୍ରୀଡାପୁରସ୍କାର ର ନାମ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡା ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ପାଇଁ ୨୦୦୧-୨ ମସିହାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ପ୍ରତିଷ୍ଠା କରାଯାଇଥିଲା। ଏହି ପୁରସ୍କାର କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତ୍‌ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ ଥିଲା । ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ଚାରୋଟି ଭିନ୍ନ ଶ୍ରେଣୀରେ କ୍ରୀଡା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ, କ୍ରୀଡ଼ା ଏବଂ ଖେଳର ପ୍ରୋତ୍ସାହନରେ ଆଜୀବନ ସଫଳତା, କୋଚିଂରେ ଉତ୍କର୍ଷତା ଏବଂ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *