ଆସନ୍ତା ୧୯ରେ ଭାରତ-ପାକିସ୍ତାନ ମୁହାଁମୁହିଁ

କଲମ୍ବୋ: ଶ୍ରୀଲଙ୍କାରେ ପହଞ୍ଚିଲେ ଭାରତୀୟ ମହିଳା ଦଳ | ଭାରତୀୟ ମହିଳା ଦଳ ଏସିଆ କପ୍ ୨୦୨୪ରେ ଭାଗ ନେବାକୁ ଶ୍ରୀଲଙ୍କାରେ ପହଞ୍ଚିଛି | ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏ ସମ୍ପର୍କିତ କିଛି ତଥ୍ୟ ସୋସିଆଲ ମିଡିଆରେ ସେୟାର କରିଛି | ଏଥର ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯାଉଛି | ଟିମ୍ ଇଣ୍ଡିଆ ଜୁଲାଇ ୧୯ରେ ଏସିଆ କପ୍ ୨୦୨୪ରେ ଏହାର ଅଭିଯାନ ଆରମ୍ଭ କରିବ | ପ୍ରଥମ ଦିନ ଟିମ ଇଣ୍ଡିଆ ପାକିସ୍ତାନ ସହ ମୁହାଁମୁହିଁ ହେବ |

ପୁଣିଥରେ ଟିମ୍ ଇଣ୍ଡିଆର କମାଣ୍ଡ ହରମାନପ୍ରୀତ କୌରଙ୍କ ହାତରେ ରହିଛି | ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଭାରତ ଏବଂ ବାଂଲାଦେଶର ଖେଳାଳିମାନେ ନଜର ଆସିଛନ୍ତି | ଫଟୋରେ କ୍ୟାପଟେନ ହରମାନପ୍ରୀତ କୌର, ଶ୍ରେୟଙ୍କା ପାଟିଲ ଏବଂ ଜେମିମା ରୋଡ୍ରିଗେଜ ବିମାନ ବନ୍ଦର ଛାଡିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମାଲେସିଆର ଦଳକୁ ଗ୍ରୁପ ବି (B) ରେ ସ୍ଥାନିତ କରାଯାଇଛି | ଏହି ଟୁର୍ନାମେଣ୍ଟରେ ମୋଟ ୧୫ ଟି ମ୍ୟାଚ୍ ଖେଳାଯିବ | ଏସିଆ କପ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୮ ଜୁଲାଇରେ ଖେଳାଯିବ |

Leave a Reply

Your email address will not be published. Required fields are marked *