ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୪ ଯବାନ ସହିଦ

ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି | ଜମ୍ମୁ-କାଶ୍ମୀରରେ ପୁଣି ଘଟିଛି ଏକ ବଡ ଧରଣର ଏନକାଉଣ୍ଟର| ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରେ ଜଣେ ସେନା ଅଧିକାରୀ ମଧ୍ୟ ରହିଛନ୍ତି। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।

ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଅପରେସନ୍ ଆରମ୍ଭ କରିଥିଲେ| ଏହାପରେ ଆତଙ୍କବାଦୀ ମାନେ ସେନା ଉପରେ ଫାୟାରିଂ ଆରମ୍ଭ କରିଥିଲେ। ପାଲଟା ଜବାବରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଫାୟାରିଂ କରିଥିଲେ । ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଅନ୍ଧାରର ଫାଇଦା ନେଇ ଆତଙ୍କବାଦୀମାନେ ଦେଶା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ସେନା ଓ ଜମ୍ମୁ- କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି।ଏନକାଉଣ୍ଟରରେ ପାଞ୍ଚଜଣ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୪ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ସରକାରୀ ସୂତ୍ରରୁ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ କୁହାଯାଇଛି ଯେ ଏହି ଆକ୍ରମଣ ପଛରେ ପାକିସ୍ତାନର ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦର କାଶ୍ମୀର ଟାଇଗର୍ସ’ ର ହାତ ଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *