କାହିଁକି ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଡ଼ାଇଲେ ଗଣମାଧ୍ୟମର ପ୍ରଶ୍ନକୁ ?

ଭୁବନେଶ୍ୱର୧୭/୦୩/୨୦୨୪; ବିଜେପି ଦଳର ବୟଜ୍ୟେଷ୍ଠ ଏବଂ ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପିର ବରିଷ୍ଠ ପଦାଧିକାରୀ ହିସାବରେ ରାଷ୍ଟ୍ରୀୟ ବିଜେପି ଅଧିକାରୀ ମାନେ ପ୍ରାଧାନ୍ୟ ଦିଅନ୍ତି । ଗତ କିଛି ଦିନ ହେଲା ବିଜେପି ବିଜେଡ଼ି ମେଣ୍ଟକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି କଂଗ୍ରେସ କହୁଥିବା ଲିଭିନ୍ ରିଲେସନ ସତ କି ମିଛ ଦୁଇଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇଣ୍ଡିଆ ଟୁଡେ ସାକ୍ଷାତକାରରେ ଓଡ଼ିଶାରେ ହେବାକୁ ଥିବା ବିଜେଡି ବିଜେପି ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ମୋଦୀ ଏବଂ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଜି ଯାହା ନିଷ୍ପତି ନେବେ ତାକୁ ଆଧାର କରି ଓଡ଼ିଶାରେ ନିର୍ବାଚନ ବିଜେପି ଲଢିବ । କିନ୍ତୁ ଏତିକି ସ୍ପଷ୍ଟି କରଣ କରିଛନ୍ତି ଓଡ଼ିଶାରେ ବିଧାନସଭା ଓ ଲୋକସଭାରେ ବିଜେପି ଭଲ ବ୍ୟବଧାନରେ ଜିତିବ । ଏଥିରୁ ଜଣା ପଡୁଛି ବିଜେଡି ବିଜେପି ଅଦୃଶ୍ୟ ମେଣ୍ଟ କରି ପ୍ରାର୍ଥୀ ଦେବେ ଏବଂ ନିର୍ବାଚନ ପରେ ଦୁଇଦଳ ସହଭାଗିତାରେ ମିଶି ସରକାର ଗଢିବେ । ବିଜେଡି ବିଜେପି ମିଳିତ ମେଣ୍ଟରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ଅପରାଜିତା ଷଡଙ୍ଗୀ ବିଜେପି ତରଫରୁ ଉପମୁଖ୍ୟମନ୍ତ୍ରୀ ହେବେ। ଏବଂ ବିଜେଡି ଦଳରୁ ଭିକେ ପଣ୍ଡିଆନ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ପ୍ ଖବର ମିଳୁଛି। ବିଜେଡି ବିଜେପି ମେଣ୍ଟ ବିଷୟରେ ବିଜେପି ପାର୍ଟି ଅଫିସରେ ବର୍ତମାନ କେନ୍ଦ୍ରର ଦୁଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ଵର ଟୁଡୁ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କର ଆଲୋଚନା ଚାଲିଥିଲା । ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ ନିରବତା ଅବଲମ୍ବନ କରି କିଛି ପ୍ରତିକ୍ରିୟା ରଖିନଥିଲେ । ଏଥିରୁ ଆପଣ ବୁଝି ପରୁଥିବେ ଓଡ଼ିଶାର ଜନସାଧାରଣଙ୍କୁ ଭୁଆଁ ବୁଲେଇ ଚାୟା ମେଣ୍ଟ କରି ନିର୍ବାଚନ ଲଢ଼ିବେ। ଏବଂ ନିର୍ବାଚନ ଫଳାଫଳ ପରେ ଖୋଲାଖୋଲି ଭାବେ ମେଣ୍ଟ କରି ଓଡ଼ିଶାର ଜଙ୍ଗଲ ଜମି ଏବଂ ଖଣିକୁ ଲୁଟିବା ଦୁଇଦଳର ମୁଖ୍ୟ ଉଦ୍ଦେଶ୍ୟ । ଆପଣ ଏହି ଭିଡିଓ ଟି ଦେଖନ୍ତୁ ଜାଣିପାରିବେ ପ୍ରତାପ ଷଡ଼ଙ୍ଗୀ କିପରି ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *