ବୋରିଗୁମ୍ମା ବ୍ଲକ ଛକରୁ ଲୁଟି ନେଲେ ୩ଲକ୍ଷ ।

ବୋରିଗୁମ୍ମା୧୫/୦୨/୨୦୨୪: ବୋରିଗୁମ୍ମା ଥଞ୍ଚଳ ରେ ପୁଣି ସକ୍ରିୟ ଲୁଟେରା। ବୋରିଗୁମ୍ମା ବ୍ଲକ ଅଫିସ ସାମ୍ନା ଏକ ଅଟୋରୁ ୩ଲକ୍ଷଟଙ୍କା ଲୁଟି ନେଲେ ଦ୍ରୁବୁତ୍ତ। ବୋରିଗୁମ୍ମା ଝିଲିମିଳି ଗ୍ରାମର ଜେମା ଏବଂ ତାଙ୍କ ସ୍ୱାମୀ ନିଜ ଅଟୋ ରେ ବୋରିଗୁମ୍ମା SBI ବ୍ୟାଙ୍କରୁ ନିଜ ଜମା ଖାତାରୁ ୩ଲକ୍ଷ ଟଙ୍କା ଉଠାଇଲେ । ସମସ୍ତ ଟଙ୍କାକୁ ଏକ ବେଗରେ ଭର୍ତି କରି ନିଜ ଅଟୋ ଯୋଗେ ନିଜ ଘର ଝିଲିମିଲିକୁ ଫେରୁଥିଲେ। ହେଲେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ଛକ ନିକଟରେ ଉଭୟ ସ୍ୱାମୀ ସ୍ତ୍ରୀ କୌଣସି କାମ ପାଇଁ ଅଟୋରୁ ଓଲାଇଥିଲେ।ଏହି ସମୟରେ ଅଟୋରେ ଥିବା ଟଙ୍କା ବ୍ୟାଗକୁ ଲୁଟିନେଲେ ଲୁଟେରା। ସ୍ୱାମୀ ସ୍ତ୍ରୀ ଅଟୋ ପାଖକୁ ଆସି ଦେଖିଲା ବେଳକୁ ଅଟୋରୁ ଟଙ୍କା ବେଗ ଗୟାବ । ଆସନ୍ତା ମାସ ୩ ତାରିଖରେ ପୁଅର ବାହାଘର ଥିବାରୁ ଖର୍ଚ୍ଚ ପାଇଁ ସବୁ ଟଙ୍କା ଉଠାଇଥିଲୁ । ସେସବୁ ଟଙ୍କା ଲୁଟ ହୋଇଗଲା ଏବେ ପୁଅର ବାହାଘରବି ଆଉ ହବନି ବୋଲି ଭାବ ବିହଳ କଣ୍ଠରେ କହିଛନ୍ତି ଲୁଟର ଶିକାର ହୋଇଥିବା ମହିଳା ଜେମା। ସେପଟେ ମହିଳାଙ୍କ ସ୍ୱାମୀ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ବୋରିଗୁମ୍ମା ସହରର ପ୍ରତି ଛକରେ ୩୪ଟି ସିସି କେମେରା ଲାଗିଥିଲା ସେସବୁ ଅଚଳ ।ସିସି କେମେରା ଅଚଳ କାରଣରୁ ଦିନ ଦୁଇ ପ୍ରହରରେ ଲୁଟେରା ମାନେ ବେଶ ସକ୍ରିୟ ହୋଇ ଏଭଳି ଲୁଟ କରୁଛନ୍ତି।

Leave a Reply

Your email address will not be published. Required fields are marked *