ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ସରକାରକୁ ଧନ୍ୟବାଦ ଦେଲା ମେହେର ସମାଜ ।

ସିନାପାଲି୧୫/୦୨/୨୦୨୪: ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଆଜି ମୁଖ୍ଯମଂତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ତିୟାନଙ୍କୁ କୄତଜ୍ଞତା ଜଣାଇଛନ୍ତି ା ନିକଟରେ କବି ଗଙ୍ଗାଧର ଭବନ ନିର୍ମାଣ ନିମନ୍ତେ ଭୁବନେଶ୍ୱର ଚଂଦ୍ରଶେଖର ପୁର ଠାରେ ପଚାଶ ଡିସିମିଲ୍ ଜାଗା ଯୋଗାଇ ଦେବା ସହ ତିନି କୋଟି ଅର୍ଥ ରାଣି ମଞ୍ଜୁର କରିଥିଲେ । ତେବେ ଗତ କେବିନେଟରେ ଉକ୍ତ ନିର୍ମାଣ ନିମନ୍ତେ ଆବଣ୍ଟିତ ଭୂମିର ଅଧିମୂଲ୍ଯ ପାଂଚ କୋଟି ଛଅ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଛାଡ଼ କରାଯାଇଥିବା ନେଇ ମେହେର ସମାଜ ଖୁସି ବ୍ଯକ୍ତ କରିଛନ୍ତି । ଏ ଉପଲକ୍ଷେ ଆଜି ସିନାପାଲି ପ୍ରେସ୍ କ୍ଲବ ଠାରେ ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେରଙ୍କ ଆହ୍ୱାନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ଯମଂତ୍ରୀ ଶ୍ରୀ ପଟ୍ଟନାୟକ ଓ ଏନେଇ ସହଯୋଗ କରିଥିବା ପାଣ୍ତିୟାନ ଜୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଆଗାମୀ ଦିନରେ ସମାଜ ପ୍ରତି ସରକାରଙ୍କ ଏଭଳି ସହଯୋଗ ମନୋଭାବ ରଖିବାକୁ ଅନୁରୋଧ କରିଥିଲେ । ଆଜିକାର ଏହି ସମ୍ମାଳନୀରେ ଅନ୍ଯମାନଙ୍କ ମଧ୍ଯରେ ନୂଆପଡ଼ା ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ନିଖିଳ ଓଡ଼ିଶା ମେହେର ସମାଜର ଜୋନାଲ ସଂପାଦକ ନବୀନ ଚଂଦ୍ର ମେହେର, ନୂଆପଡ଼ା ଜିଲ୍ଲା ମେହେର ଯୁବ ସମାଜର ଉପଦେଷ୍ଟା ବୈଷ୍ଣବ ମେହେର, ସିନାପାଲି ଗ୍ରାମ୍ଯ ସମାଜର ସଭାପତି ଟେଣୋ ମେହେର, ସଂପାଦକ ନୀଲାଂଚଳ ମେହେର, ପୂର୍ବ ସଂପାଦକ ମୋତିଲାଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *