ଇନ୍ଦିପୂର୍ରେ ଦ୍ୱିତୀୟ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଉଦଯାପିତ ।

ସୁନ୍ଦରଗଡ ୨୮/୦୧/୨୦୨୪: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ର ରଜା ବସା ଖେଳ ପଡିଆ ଠାରେ ଦ୍ଵିତୀୟ ବାର୍ଷିକ କ୍ରିକେଟ୍ ଟର୍ଣ୍ଣମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟର୍ଣ୍ଣମେଣ୍ଟ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ୧୬ ଟି ଟିମ୍ ଟର୍ଣ୍ଣମେଣ୍ଟ ରେ ଅଂଶ ଗ୍ରହଣ କରିଥଲେ , ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମାଲଦା ସରପଞ୍ଚ ସୁରୁବାଲି ପାତ୍ର ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ବାଦଲ ବାରିକ୍, ପୂର୍ବତନ ସରପଞ୍ଚ ଦିବାକର ନାଏକ, ଟିକେଶ୍ୱର୍ ପାତ୍ର ଉପସ୍ଥିତି ରହି ଖେଳକୁ ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍ଘାଟନ କରିଥିଲେ । ପାଞ୍ଚ ଦିନ ର ଟର୍ଣ୍ଣମେଣ୍ଟ ପରେ କୁସୁମୁଡିହି ବନାମ ତପଶ୍ୱନି ଇଲେଭେନ୍ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ । କୁସୁମୁଢିହି ପ୍ରଥମେ ବ୍ୟାଟିଂ କରି ୧୧୪ର ଟାର୍ଗେଟ ଦେଇଥିଲା ଏହାକୁ ପିଛା କରି ତପଶ୍ୱନି ଇଲେଭେନ୍ ଏ ବର୍ଷର ବିଜୟ ମୁକୋଟ ପିନ୍ଧିଥିଲା । ଫାଇନାଲ ମ୍ୟାଚ୍ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମ୍ମାନୀତ ଅତିଥି ଭାବେ ପ୍ରଭାତ ପଣ୍ଡା, ପ୍ରଭାତ ପାତ୍ର, ବାଦଲ ବାରିକ, କାଠି ମହାକୁଡ, ପଦମୁନ୍ୟ ଘଣା, ସନ୍ତୋଷ ବାରିକ ଉପସ୍ଥିତି ରହି ବିଜେତା ଦଳକୁ ୩୦ ହୋଜର ଟଙ୍କା ଶହ ଟ୍ରୋଫି ଉପବିଯେତା ଙ୍କୁ ୨୦ ହଜାର ଟଙ୍କା ଶହ ଟ୍ରଫି ପ୍ରଦାନ କରିଥଲେ । ଏହି ଟର୍ଣ୍ଣମେଣ୍ଟ କୁ ଆୟାଜନ୍ କରିଥିଲା ଇନ୍ଦୁପୁର ସ୍ପୋର୍ଟସ କ୍ଲବ ର ସଭାପତି ସୁଦାମ ବାରିକ, ସମ୍ପାଦକ ଗଣେଶ ଆପଟ୍, କସାଧ୍ୟକ୍ଷା ମେହେନ୍ଦ୍ର ମହାକୁଡ, ବାସୁଦେବ ଦେଲେଇ, ସାନୁ, ପପୁ, ଦିପୁ ,ବାପି, ନାରାୟଣ, ଲେମ୍ବୁଧର ଓ ସମସ୍ତ କ୍ଲବ ର ମେମ୍ବର ରହି ଖେଳକୁ ଆୟଜନ୍ କରିଥିଲେ ।

Leave a Reply

Your email address will not be published. Required fields are marked *