ଦଶମନ୍ତପୁର13/01/2024: ଦୁଇ ବର୍ଷ ହେଲା ପରଷ୍ପର କୁ ଭଲ ପାଉଥିଲେ ପ୍ରେମି ଯୁଗଳ। ଏବଂ ସ୍ୱାମୀ ସ୍ତ୍ରୀ ହୋଇ ଘର ସଂସାର କରି ଯିବନ ଯାପନ କରିବା ଲାଗି ନିଷ୍ପତ୍ତି ନେଇ ଥିଲେ। ହେଲେ ଏମିତି କ’ଣ ହେଲା ଯେ, ମୃତ୍ୟୁ ର ବାଟ ବାଛି ନେଲେ। କୈଣସି କାରଣରୁ ଗାଁ ମୁଣ୍ଡ ରେ ଥିବା ଏକ ତେନ୍ତୁଳି ଗଛ ଡ଼ାଳ ରେ, ଗୋଟିଏ ଚୂନି ରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣା ବାଡ ପଞ୍ଚାୟତ ଅଧିନସ୍ଥ ଯୋଡିପାଇ ଗାଁ ରେ। ମୃତ ପ୍ରେମି ଯୁଗଳ ଦୁଇ ହେଲେ, ମହିନ୍ଦ୍ର ହିକକା ୨୫ ଏବଂ ପ୍ରେମିକା ଯୁବନ୍ତି ମୁସ୍କା ( ୨୨) ଏମାନଙ୍କ ମୃତ୍ୟୁ ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ମୁତାବକ ଘଟଣା କୁ ନେଇ ଆଜି ପୂର୍ବାହ୍ନ ରେ ମୃତ ଯୁବକ ର ବାପା ମଧୁ ହିକକା ଦଶମନ୍ତପୁର ପୋଲିସ ଥାନା ରେ ଲିଖିତ ଏତଲା ଦେଇଛନ୍ତି।
ବିଛେଦ ସହିନପାରି ଜୀବନ ହାରିଲେ ପ୍ରେମୀ ଯୁଗଳ !
