ମଦ ପାଇଁ ହତ୍ୟା…..

ବୋରିଗୁମ୍ମା09/01/2024; ମାତ୍ର ୫ପକେଟ୍ ପାଉଚ ପୁଡ଼ି ମଦ ପାଈଁ ହତ୍ୟା ,ହତ୍ୟାର ପର୍ଡାଫାସ କଲା ବୋରିଗୁମ୍ମା ପୋଲିସ । ହତ୍ୟା ରେ ସମ୍ପୂର୍କ୍ତ ଜଣେ ବ୍ୟକ୍ତି ଓ ଦୁଇ ଜଣ ନାବାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ଶୁଭେନ୍ଦୁ କୁମାର ଶବର । ପୋଲିସର  ସୂଚନା ମୁତାବକ ଗତ ୩୦ ଡିସେମ୍ବର ସନ୍ଧ୍ୟାରେ ଦେଶୀ ଭାଟିରେ ଗିରଫ ହୋଇଥିବା ୩ଅଭିଯୁକ୍ତ ମାଗଣାରେ ମଦ ମାଗିଲେ ମନା କରିବାରୁ ଉତକ୍ତ ହୋଇ କର୍ମଚାରୀଙ୍କୁ ଏକକାଠ ଫାଳିଆରେ ଆକ୍ରମଣ କରି ମଦ ବିକ୍ରି କରୁଥିବା ଲୋକ ର ଜୀବନ ନେଲେ ଗଲେ। ଏହି ଘଟଣାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ପ୍ରଥମେ ମୃତ ବ୍ୟକ୍ତିଙ୍କ ମୃତ ଶରୀର କୁ ଘୋଷାଡି ଘୋଷାଡି ୧୦୦ ମିଟର ଦୂର ରେ ଥିବା ସାନ ଦୁବୁଲି ପାଖରେ ଥିବା ଏକ କୁଅ ନିକଟକୁ ନେଇ ଥିଲେ । ସେଠାରେ ମୃତ ବ୍ୟକ୍ତିଙ୍କ ଶରୀରରେ କପଡ଼ା ଏବଂ ବଡ ପଥର ବାନ୍ଧି କୁଅ ଫିଙ୍ଗି ଦେଇଥିଲେ । ମୃତ ବ୍ୟକ୍ତି ଜଣକ ହେଲେ ବିହାର ରାଜ୍ୟର ଉମେଶ ଯାଦବ । ସେ କିଛି ବର୍ଷ ହେବ ବୋରିଗୁମ୍ମା ଦେଶୀ ଭାଟିରେ କାର୍ଯ୍ୟ କରିଥିଲେ । ମୃତ ବ୍ୟକ୍ତିଙ୍କ ଚାରି ବାଇକ୍ ଏବଂ ମୋବାଇଲ ହିଁ ପୋଲିସକୁ ଖୋଲାସା କରିବାରେ ସହାୟକ ହୋଇଥିଲା । ଗିରଫ ୩  ଅଭିଯୁକ୍ତ ଙ୍କ ମଧ୍ୟରେ ୨ ନାବାଳକ ଥିବା ବେଳେ ରାଣୀ ଗଡ ର ଅଜୟ ହରିଜନ ବୋଲି ବୋରିଗୁମ୍ମା ପୋଲିସ ସୂଚନା ଦେଇଛନ୍ତି । ତେବେ ବୋରିଗୁମ୍ମା ରେ ମଦ ବିକ୍ରି ସଂଖ୍ୟା ବଢ଼ିଥିବା ବେଳେ ଏବେ ମଦ ପାଇଁ ନିରୀହ ଲୋକଙ୍କ ଜୀବନ ଯାଉଛି ଏହାକୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।https://fb.watch/psT4IdXHOr/

 

 

 

Leave a Reply

Your email address will not be published. Required fields are marked *