କୋରାପୁଟ କୋଲାବ ବନ୍ଧ କେବେ ହେବ ଡ଼ିଜିଟାଲ ?

କୋରାପୁଟ04.01.2024; କୋରାପୁଟ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ହେଲେ ସେଥି ମଧ୍ୟରୁ କୋଲାବ ବନ୍ଧ ଅନ୍ୟତମ । ପ୍ରତିଦିନ ହଜାରହଜାର ପର୍ଯ୍ୟଟକ ଦେଖିବାକୁ ଦେଶ ବିଦେଶରୁ ଆସିଥାନ୍ତି। ଖରା ହେଉ ବା ବର୍ଷା ହେଉ ଏଠାରେ ସବୁ ଋତୁରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ ,କିନ୍ତୁ ଶୀତଦିନେ ଏଠାରେ ଭିଡ ଦେଖିବାକୁ ମିଳେ। ହେଲେ ଡ଼ିଜିଟାଲ ଦୁନିୟା ହୋଇଥିବାରୁ। ଆଜିକାଲି ଲୋକେ ଗୂଗଲ ପେ, ଫୋନ ପେ ବ୍ୟବହାର କରୁଛନ୍ତି। କୋଲାବ ବନ୍ଧ ଭିତର କୁ ପ୍ରବେଶ କରିବାକୁ ହେଲେ। ପ୍ରଥମେ ଟିକେଟ କାଟିବାକୁ ପଡିଥାଏ। ନେଟୱର୍କ ନଥିବାରୁ, ପର୍ଯ୍ୟଟକ ଅନେକ ଅସୁବିଧାର ସମୁଖିନ ହେଉଛନ୍ତି । ନିଜେ କାଯ୍ୟରତ ପ୍ରୋଗ୍ରେସ ରେକଡ଼ର କାଉଣ୍ଟର କ୍ଲର୍କ କୈଳାଶ ଚନ୍ଦ୍ର ପଣ୍ଡା କହିଛନ୍ତି, ନେଟୱର୍କ ନଥିବାରୁ ଟିକେଟ କାଉଣ୍ଟରରେ ଅନେକ ଅସୁବିଧା ହେଉଛି। ପର୍ଯ୍ୟଟକ ମାନେ ଅନେକ ଅସୁବିଧାରେ ପଡୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି, ବଡ କେରେଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦାୟତ ଖୋସଲା କହିଛନ୍ତି। ବାରମ୍ବାର ଦାବି ପତ୍ର ଦେଲେବି ଜିଲ୍ଲାପାଳ ଦାବି ଶୁଣୁନାହାନ୍ତି। ଆମ ବଡ଼ କେରେଙ୍ଗା ଗ୍ରାମ ପଞ୍ଚାୟତ ଅନେକ ଗ୍ରାମ ନେଟୱର୍କ ନଥିବାରୁ ପିଲାମାନେ ପାଠପଢି ପାରୁନାହାନ୍ତି । ଉପରକୋଲାବ ନଗର ଗ୍ରାମ ବାସୀ ମଧ୍ୟ ଅନେକତର ଜିଲ୍ଲାପାଳ ଙ୍କୁ ଦାବି କରି ଆସୁଛନ୍ତି, ହେଲେ କେବେ ଦାବି ଶୁଣିବେ ଜିଲ୍ଲାପାଳ। କେବେ ପଢିବେ ଅନଲାଇନ ପାଠ ପିଲାମାନେ ? କେବେ ପର୍ଯ୍ୟଟକ ସୁବିଧା ପାଇବେ ତାକୁ ଦେଖିବାକୁ ବାକି ରହିଲା ?

 

 

Leave a Reply

Your email address will not be published. Required fields are marked *