କଟକ, ଚୌଦ୍ୱାର31/12/2023; ବେ ଆଇନ୍ ଭାବେ ବନ୍ଧୁକ ରଖିଥିବା ଅଭିଯୋଗ ରେ ଆଜି ଚୌଦ୍ୱାର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ 28 ତାରିଖରେ ମହାନ୍ତି ବାନରା ତାଙ୍କ ଭଉଣୀ ଘରକୁ ଏକ ନିମନ୍ତ୍ରଣ କାର୍ଯ୍ୟ ରେ ଯାଇଥିବା ବେଳେ କରଞ୍ଜି ପଞ୍ଚାୟତ ଗୋଡ଼ଧୁଆ ଗ୍ରାମର ରାମା ସିଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ସେଠାରେ ପହଞ୍ଚି ମହାନ୍ତି ବାନରା ଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇ ଘରେ ରଖିଥିବା ବନ୍ଧୁକ ଆଣି ଗୁଳି ଚଳାଇଥିଲେ। ସୌଭାଗ୍ୟ ବସତ ଗୁଳି ଟି ଦେହରେ ନ ବାଜି ଅନ୍ୟତ୍ର ଚାଲି ଯାଇଥିଲା। ଏ ନେଇ ମହାନ୍ତି ବାନରା ଚୌଦ୍ୱାର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗ କୁ ଗ୍ରହଣ କରି ରାମା ସୀଙ୍କୁ କୁ ଗିରଫ କରିବା ସହିତ ଦୁଇଟି ବନ୍ଧୁକ ଚାରୋଟି କ୍ୟାଟ୍ରିଜ୍ ଓ ଛଅ ଟି ଲିଡ୍ ସହିତ ଗନ୍ ପାଉଡର ସହିତ ଅନ୍ୟାନ୍ୟ ଆପତି ଜନକ ସାମଗ୍ରୀ ଜବତ କରିଛି ।