ମଙ୍ଗଳା ମନ୍ଦିର ଉଚ୍ଛେଦ ଠାକୁରାଣୀ ଗଲେ ମା ବୁଢ଼ୀ ମନ୍ଦିର |

ଅନୁଗୁଳ23/12/23(ଫୋକସ ପ୍ଲସ); ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ମହୁଲିବୁରୀ ସାହି ରେ ଥିବା ମଙ୍ଗଳା ମନ୍ଦିର କୁ ଉଛେଦ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ବଅଁରପାଳ ତହସିଲଦାର , ତିନି ପ୍ଲାଟୁନ ପୋଲିସ ଫୋର୍ସ ଓ ପୋଲିସ ଅଫିସର ଙ୍କ ସହିତ ମନ୍ଦିର ଉଛେଦ ପାଇଁ ଆସିଥିଲେ କିନ୍ତୁ ମନ୍ଦିର ସେହି ସ୍ଥାନ ରେ ରହିବା ସପକ୍ଷରେ ଗ୍ରାମବାସୀ ଅଡି ବସିବା ସହ ହରିବୋଲ ଓ ହୁଳ ହୁଳି ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ , ଡ୍ରୋଜର ଚାଳକ ପ୍ରଥମେ ଜିଲ୍ଲା ପ୍ରସାଶନ କଥାରେ ଏକ ମତ ହୋଇ ମନ୍ଦିର ଉଛେଦ କରିବା ପାଇଁ ରାଜି ହୋଇଥିଲେ ମଧ୍ୟ ଗ୍ରାମବାସି ଙ୍କ ହରିବୋଲ ଓ ହୁଳ ହୁଳି କୁ ଭୟ କରି ମନ୍ଦିର ଉପରେ ବୁଲଡ୍ରୋଜର ଚଳାଇବା ପାଇଁ ଓ ସେହି ସ୍ଥାନ କୁ ଉଛେଦ କରିବା ପାଇଁ ମନା କରିଥିଲେ, ସେହିପରି ଆଜି ବୁଲ ଡ୍ରୋଜର ଡ୍ରାଇଭର ଅଚେତ ହୋଇ ଚିକିତ୍ସାଲୟ୍ ରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି |ସୂଚନା ଥାଉ କି ଗତ ବର୍ଷ ମଧ୍ୟ ଠିକ ସେହି ସ୍ଥାନରେ ଅନୁରୂପ ଭାବରେ ଜିଲ୍ଲା ପ୍ରସାଶନ ଦ୍ଵାରା ମଙ୍ଗଳା ମନ୍ଦିର ଉଛେଦ ପାଇଁ ଯୋଜନା ହୋଇଥିଲେ ମଧ୍ୟ କାଣ୍ଡସର ଗ୍ରାମ ବାସୀ ଙ୍କ ଚାଣକ୍ୟ ନୀତି ଓ ପରବର୍ତୀ ସମୟରେ ମାମଲା ଉଚ୍ଚ ନ୍ୟାୟାଳୟ କୁ ଯିବାରୁ ମନ୍ଦିର ଟି ଭଙ୍ଗା ଯାଇ ପାରି ନଥିଲା , ଗ୍ରାମବାସୀ ଙ୍କ କହିବା ହେଲା କି ଏହି ମନ୍ଦିର ଟି ଉକ୍ତ ସ୍ଥାନରେ ପ୍ରାୟ ୫୦ ବର୍ଷ ରୁ ଉର୍ଧ୍ଵ ସମୟ ହେବ ରହିଛି , ମନ୍ଦିର କୁ ଲାଗି ରହିଥିବା ପ୍ଲଟ ନମ୍ବର ୬୨୫୩ ନମ୍ବର ଜାଗା କୁ ରାମଚନ୍ଦ୍ର ସାହୁ କ୍ରୟ କରିଥିଲେ , ତାଙ୍କ ଜାଗା ପାଖକୁ ଯିବାକୁ ଜାତୀୟ ରାଜପଥ ପାର୍ଶ୍ୱରୁ ଓ ଗ୍ରାମ ରାସ୍ତା ଉଭୟ ଦିଗରୁ ସୁବିଧା ରହିଛି , କିନ୍ତୁ ରାମ ଚନ୍ଦ୍ର ସାହୁ ସେଠାରେ ମନ୍ଦିର ଓ ଏକ ଅସ୍ଥାୟୀ ଘର ରହିଥିବାରୁ କାରଣ ରୁ ଆରମ୍ଭ ଦିନରୁ ବିରୋଧ କରି ଆସୁଛନ୍ତି , ଯାହା ଫଳରେ ଗ୍ରାମବାସୀ ଓ ରାମଚନ୍ଦ୍ର ସାହୁ ଉଭୟ ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ଉଚ୍ଚ ନ୍ୟାୟାଳୟ ନିଷ୍ପତି ରାମଚନ୍ଦ୍ର ସାହୁ ଙ୍କ ସପକ୍ଷରେ ଆସିବାରୁ ମଙ୍ଗଳା ମନ୍ଦିର ଉଛେଦ ପାଇଁ ଜିଲ୍ଲା ପ୍ରସାଶନକୁ ହାଇ କୋର୍ଟ ନିର୍ଦେଶ ଦେଇଥିଲେ , ଯାହା ଫଳରେ ଆଜି ବଅଁରପାଳ ତହସିଲଦାର୍ , ନାଲକୋ ଥାନା ଅଧିକାରୀ ଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ସେହି ସ୍ଥାନରେ ପହଞ୍ଚି ପ୍ରଥମେ ଠାକୁରଙ୍କୁ ଅନୁଗୋଳ ମା ବୁଢ଼ୀ ଠାକୁରାଣୀ ମନ୍ଦିର ଙ୍କୁ ନେଇଥିଲେ ଓ ପରେ ମନ୍ଦିର ଭଙ୍ଗିବlପାଇଁଚେଷ୍ଟା କରିଥିଲେ,କିନ୍ତୁ ବୁଲ ଡ୍ରୋଜର ଡ୍ରାଇଭର ଅଚେତ ହେବା ଫଳରେ ୧୦୮ଆମ୍ବୁଲାନ୍ସରେ ନେଇଥିଲେ ଓ ଆଉ ଗୋଟିଏ ବୁଲ ଡ୍ରୋଜର ଆଣି ମନ୍ଦିର ଭାଙ୍ଗିଥିଲା |

Leave a Reply

Your email address will not be published. Required fields are marked *