ହିନ୍ଦୋଳ, ଢେଙ୍କାନାଳ22/12(ଫୋକସ ପ୍ଲସ); ହିନ୍ଦୋଳ ଉପଖଣ୍ଡ ରେ ଦିନକୁ ଦିନ ହାତୀ ଉପଦ୍ରଵ ବଢିଚାଲିଛି । କେଉଁଠି ସ୍ପଷ୍ଟ ଦିବାଲୋକରେ ହାତୀଆକ୍ରମାଣ ରେ ଚାଷୀ ଙ୍କ ଜୀବନ ଚାଲିଯାଉଛି ତ କେଉଁଠି ବହୁ କଷ୍ଟ ରେ ଚାଷୀ ଉପାର୍ଜନ କରିଥିବା ଧାନ ଫସଲ କୁ ଉଜାଡିଦେଉଛି ହାତୀ ସବୁ ଜାଣି ନଜାଣିଲା ପରି ଉପଖଣ୍ଡ ରେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ବନବିଭାଗ । ଗତ ବଧବାର ରାତିରେ ଏଭଳି ଘଟଣା ଦେଖିବାକୁମିଳିଛି ହିନ୍ଦୋଳ ଉପଖଣ୍ଡ ବାଘଧରିଆ ଗ୍ରାମରେ । ଗ୍ରାମର ବିଭୁତି ମାଝୀ ଜଣେ ଚାଷୀ ହୋଇଥିବା ବେଳେ ସମବାୟ ବ୍ୟାଙ୍କ ରୁ ଋଣ ଆଣି ବହୁ କଷ୍ଟ ରେ ୨ ଏକର ରୁ ଉର୍ଦ୍ଧ ଜମିରେ ଧାନ ଚାଷ କରିଥିଲେ ୨ ଦିନ ହେବ ନିଜେ ଏବଂ ଶ୍ରମିକ ଲଗାଇ ଧାନ ଅମଳ ପାଈଁ ବିଲରୁ ଧାନ ସବୁ କାଟି ଦେଇଥିଲେ ଜମିର ଗୋଟିଏ ପାର୍ଶରେ ଧାନ ବିଡା ରଖିଥିଲେ ରାତି ପାହିଲେ ମେସିନ ଦ୍ୱାରା ଧାନ ଅମଳ କରିବେ ବୋଲି ସ୍ଥିର କରିଥିଲେ ହେଲେ ମାତ୍ର ସେଇ ରାତିରେ ପ୍ରାୟ ୧୦ ରୁ ଅଧିକ ହାତୀ ଆସି ଧାନ ସବୁ ଖାଇବାସହ ଦଳିଚକଟି ଦେଇ ସେ ଅଂଚଳରେ ଡେରା ପକାଇଥିବାରୁ ଗୁରୁବାର ସାକାଳୁ ଗ୍ରାମ ବାସି ମାନେ ଆସି ହାତୀକୁ ଘଉଡ଼ାଇବା ଚେଷ୍ଟା କରିଥିଲେ ମଧ୍ୟ ହାତୀ ପଲ ଧାନ ସବୁ ଖାଇଦେଇଥିବା ଦେଖିବାକୁ ମିଳିଛି ବହୁ କଷ୍ଟ କରି ଚାଷ କରିଥିବା ବିଭୁତି ଏବେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି କ୍ଷତି ଗ୍ରସ୍ତ ବିଭୁତି କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଈଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି । ଏହିପରି ଭାବେ ସଂଜ ନଇଲେ ହାତୀ ପଲ ସବୁ ଘର ଠାରୁ ଆରମ୍ଭକରି କ୍ଷେତ ପର୍ଯ୍ୟନ୍ତ ଫସଲ ଉଜାଡୁ ଥିବାରୁ ଚାଷୀ ହତାସ ହୋଇ ନିଜର ଭାଗ୍ୟକୁ ଅଦରି ରହୁଥିବା ଦେଖାଯାଉଛି । ପ୍ରତ୍ୟକ ବର୍ଷ ଏଭଳି ହେବା ଦ୍ୱାରା ଦିନକୁ ଦିନ ଚାଷ ପ୍ରତି ଲୋକଙ୍କ ଆଗ୍ରହ କମୁଥିବା ସମୟରେ ଅନେକ ଚାଷୀ ଙ୍କୁ କ୍ଷତିପୁରଣ ମିଳିପାରୁନାହିଁ । ସେମାନଙ୍କର ଋଣଭାର ବଢି ଚାଲୁଥିବା ସମୟରେ ସ୍ଥାନିୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
ବାଘଧରିଆ ରେ ହାତୀ ଆତଙ୍କ, ଉଜାଡିଲା ଚାଷୀଙ୍କ ଧାନ ଫସଲ, ଚାଷୀ ମୁଣ୍ଡରେ ଚଡକ |
