ନଗଡାର ଅପହଞ୍ଚ ତୁମୁଣୀ କୁ ବୁଲିଦେଖିଲେ କିଛି ସମାଜସେବୀ

ଯାଜପୁର: ପ୍ରକୃତିର ସନ୍ତାନ ଆଦିମ ଜନଜାତି ର ବାସିନ୍ଦା ମାନେ ଜଙ୍ଗଲ ରେ ବାସ କରୁଥିବାରୁ ଜଙ୍ଗଲକୁ ଆଧାରକରି ସେମାନଙ୍କ ଜୀବନ ଧାରା ଚାଲିଥାଏ,ଏହିପରି ଏକ ଅଙ୍କାବଙ୍କା ଦୁର୍ଗମ ପାହାଡ଼ ପର୍ବତ ଘେରା କଣ୍ଟକିତ ପଥୁରିଆ ରାସ୍ତା ଚାରି କିଲୋମିଟର ପାଦରେ ଅତିକ୍ରମ କରି ପହଁଚି ଥିଲୁ ସୁକିନ୍ଦା ର ନଗଡା ପାଖରେ ଥିବା ତୁମୁଣୀ ନାମକ ଏକ ପଡା ଗାଁ ରେ.. ସେଠାକାର ବାସ୍ତବ ଚିତ୍ର ପହଁଚି ପରଖିଥିଲେ କିଛି ଏ ସମାଜ କୁ ଭଲ ପାଉଥିବା ସ୍ନେହ ଶ୍ରଦ୍ଧା ଓ ସମ୍ମାନ କରୁଥିବା କିଛି ସମାଜସେବୀ ମନ ରେ ଦୃଢ ଆଶା ବାନ୍ଧି ନିଷ୍ପତି ନେଇଥିଲେ ଗଢିବାକୁ “ମିଶନ ନଗଡା” ପ୍ରାୟାସ ଏକ ପରିବର୍ତ୍ତନ ର ଲକ୍ଷ୍ୟ ରେ ଓଡ଼ିଶା ର ଅନେକ ସ୍ଵେଚ୍ଛା ସେବୀ ଭାଇ ଭଉଣୀ ବହୂ ସଂଘର୍ଷ କରି ନିଜ ଜୀବନକୁ ବାଜି ଲଗାଇ ପାହାଡ ଜଙ୍ଗଲ ମଧ୍ୟରେ ୫,କି.ମି ଅତିକ୍ରମ କରି ପହଞ୍ଚି ଥିଲେ। ସେଠି ବସବାସ କରୁଥିବା ଜୁଆଙ୍ଗ ଜନଜାତିଙ୍କର ବଞ୍ଚିବା ର ଜୀବନ ଶୈଳୀ କିପରି ଅଛି, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଂଚାୟତ ର ,ଦେଓଗାଁ ରୁ ଅଙ୍କା ବଙ୍କା ପାହାଡିଆ ନଗଡା ଯିବା ରାସ୍ତାରେ ନାଲିଆ ଡାବ ପାଖରୁ ପଶ୍ଚିମକୁ ଚାରି କିଲୋମିଟର ପାହାଡ଼ ପର୍ବତ ପାର ହୋଇ ଗଲା ପରେ ପଡେ ଏହି ପଡା ଗାଁ ତୁମୁଣୀ,ଏହି ତୁମୁଣୀ ରେ ଜୁଆଙ୍ଗ ଜନଜାତି ର ମୋଟ ୨୪ ଟି ପରିବାରର ୧୨୦ ରୁ ଜଣ ବାସିନ୍ଦା ପିଢ଼ି ପରେ ପିଢ଼ି କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି, ଯେତେବେଳେ ନଗଡା ର ଅପପୁଷ୍ଟିର ଘଟଣା ଲୋକଲୋଚନକୁ ଆସିଲା, ପ୍ରଶାସନ ସେ ଅଞ୍ଚଳ ରେ ପହଁଚିଲା,ଧୀରେ ଧୀରେ ଏହି ତୁମୁଣୀବାସୀ ଙ୍କର ବଞ୍ଚିବାର ସ୍ଥିତି ବଦଳିବାରେ ଲାଗିଲା, ସେଠିକାର ଜନଜାତି ର ବାସିନ୍ଦା ମାନେ ଦୁନିଆ ବିଷୟରେ ଜାଣିଲେ,,ସେଠିକାର ଅଧିବାସୀମାନେ କହିବା କଥା ପ୍ରଶାସନ ସେମାନଙ୍କୁ ରାସନ କାର୍ଡ ଯୋଗାଇ ଦେଇଛନ୍ତି, ଚାଉଳ ପାଉଛନ୍ତି,ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି, ଶିଶୁମାନଙ୍କ ପାଇଁ ମିନି ଅଙ୍ଗନବାଡି ହୋଇଛି,ପାଣି ପାଇଁ ନଳକୂପ ବ୍ୟବସ୍ଥା ହୋଇଛି, ସାହି ରେ ସୋଲାର ଆଲୋକର ଲଗାଇଦିଆଯାଇଛି, ଆଜି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତନ ହୋଇଛି, ଆଧୁନିକତାର ସ୍ପର୍ଶ ରେ ଯୁବକ ମାନେ ମୋବାଇଲ ଓ ଇଣ୍ଟେର୍ନେଟ ବ୍ୟବହାର କରୁଛନ୍ତି,ଶିକ୍ଷାଭିମୁଖୀ ହୋଇ ପଂଚାୟତ ରେ ଥିବା ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ପିଲାମାନେ ରହି ପଢୁଛନ୍ତି,ବିକାଶ ପଥରେ ଧୀରେ ଧୀରେ ଅଗ୍ରସର ହେଉଛି ତୁମୁଣୀ,ଜଙ୍ଗଲରୁ ମିଳୁଥିବା ଜଙ୍ଗଲୀ ଫଳମୂଳ, ପଶୁପକ୍ଷୀ ତଥା ଅନ୍ୟାନ ଖାଦ୍ୟକୁ ଖାଇ ଜୀବନ ନିର୍ବାହ କରନ୍ତି, ଜଙ୍ଗଲରୁ କାଠ ସଂଗ୍ରହ କରି, ଛେଳି, ଗାଈ, କୁକୁଡ଼ା ପାଳନ କରି ମହା ଆନନ୍ଦରେ ଚଳନ୍ତି,ଆମ୍ବନୂଆ, ମକର ଆଦି ପର୍ବପର୍ବାଣୀ ସାହିର ମୁଖିଆ ଙ୍କ ଆଦେଶ ରେ ମିଳିମିଶି ପାଳନ କରନ୍ତି, ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ତାଙ୍କ ସାହିକୁ ରାସ୍ତା ନାହିଁ, ରାସ୍ତା ହୋଇଗଲେ ଆମେ ସବୁ ସୁବିଧା ପାଇ ପାରିବୁ ବୋଲି କୁହନ୍ତି,ଯାହା କି କିଛି ଦିନ ତଳେ ଫୋକସ ପ୍ଲସ୍ ର ଜିଲ୍ଲା ପ୍ରତିନିଧି ପଦ୍ମନାଭ ପହି ଯାଇ ଗ୍ରାଉଣ୍ଡ ଜିରୋ ରୁ ନିୟୁଜ କରିଥିଲେ।ସେତେବେଳେ ସେଠାରେ ବସବାସ କରୁଥିବା ଲୋକ ମାନଙ୍କ ପ୍ରତିକିୟା ରେ କହିଥିଲେ କି ଯେପରି ତଳ ନଗଡା ର ରୂପ ପରିବର୍ତ୍ତନ କରିଛନ୍ତି।ସେହିପରି ସରକାର କୁ କହି ଆମର ପାଇଁ ରାସ୍ତା ଗୋଟେ କରିଦିଅ ବୋଲି କୁହନ୍ତି,ଏ ବିଷୟରେ ଆମେ ସୁକିନ୍ଦା ବ୍ଲକ ବି. ଡି. ଓ. ନମ୍ରତା ମୋଦୀ ଙ୍କୁ ପଚାରିବାରୁ ସେ କହିଥିଲେ କି ଜଙ୍ଗଲ ରେ ରାସ୍ତା କରିବା ପାଇଁ ଜଙ୍ଗଲ ବିଭାଗ ଓ ପରିବେଶ ବିଭାଗ ର ଅନୁମତି ମିଳିବାରେ ବିଳମ୍ବ ହେଉଛି,ତଥାପି ଚେଷ୍ଟା ଚାଲିଛି,ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ପ୍ରୟାସ ଚାଲିଛି କିନ୍ତୁ ସେମାନେ ରାଜି ହେଉନାହାନ୍ତି, ସେହି ଜୋନର ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି କହିଥିଲେ ଆମେ ରାସ୍ତା ପାଇଁ ବହୁତ ଥର ଲିଖିତ ଅଭିଯୋଗ ଦେଇଛୁ,ମୁଁ ବହୁତ ଥର ସେଠିକି ଯାଇଛି,ଏହି ବିଷୟ ରେ 5-T ସଚିବଙ୍କୁ ଅଭିଯୋଗ ଦେଇଛୁ, ଏତେ ବଡ଼ ପାହାଡ଼ କାଟି ରାସ୍ତା କରିବା କଷ୍ଟ ସାଧ୍ୟ ଓ ସମୟ ସାପେକ୍ଷ, ଚେଷ୍ଟା ଚାଲିଛି, ଠିକ୍ ସେହିପରି କେନ୍ଦ୍ର ମନ୍ତ୍ରୀ ଙ୍କ ଉତ୍ତର ଥଲା କି ଏହା ଆମ ନଜର କୁ ଆସିଲେ ୧ମାସ ଭିତରେ ସମସ୍ଯା ସମାଧାନ କରିବା ପାଇଁ ଚେ଼ଷ୍ଟା କରାଯିବ, କିନ୍ତୁ ଆଜକୁ ପ୍ରାୟ ୨ ମାସ ପରେ ବି କିଛି ପରିବର୍ତ୍ତନ ହୋଇନାହିଁ।ନଗଡା କୁ ପରିବର୍ତ୍ତନ କରିବା ପାଇଁ ଚେ଼ଷ୍ଟା କରିବା ପାଇଁ ସମସ୍ତ କାର୍ଯ୍ୟ କାଗଜରେ ରହିଯାଇଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ କିଛି ସମାଜସେବୀ ସେଠାକୁ ଯାଇ ସେଠାରେ ବସବାସ କରୁଥିବା ଲୋକ ମାନଙ୍କୁ ସାହାୟ୍ଯ କରି ମାନବିକତା ଦେଖାଇଛନ୍ତି।ତେଣୁ ସେମାନଙ୍କର ଏପରି କାର୍ଯ୍ୟ କୁ ଅଞ୍ଚଳ ବାସୀ ପ୍ରସଂସା କରିଥିବା ବେଳେ ଆଗକୁ ଦେଖିବାକୁ ବାକି ରହିଲା ଏହି ତୁମୁଣୀ କୁ କେବେ ଗମନାଗମନର ସୁବିଧା ହେଉଛି ନା ସେମାନଙ୍କୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରାଯାଉଛି।

Leave a Reply

Your email address will not be published. Required fields are marked *