ପାରାଦୀପ; ସାଂସ୍କୃତିକ ମହୋତ୍ସବ ପାବାଦୀପ ସ୍ଥିତ ଜୟଦେବ ସଦନ ପରିଷରରେ ଅନୁଷ୍ଠିତ | ଏହି ମହୋତ୍ସବକୁ ପାରାଦୀପ ବନ୍ଦର ଅଧ୍ଯକ୍ଷ ପି.ଏଲ୍. ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ଏହି ମହୋତ୍ସବ ମହାନ୍ ଭାରତୀୟ ପରମ୍ପରା ଓ ସଂସ୍କୃତିର ମିଳନ, ସାଂସ୍କୃତିକ ପ୍ରଦର୍ଶନ ମଞ୍ଚ ସମାଜର ଆତ୍ମାକୁ ପ୍ରତିଫଳିତ କରିଥାଏ। ପାରାଦୀପ ବନ୍ଦର ସହରରେ ଦେଶର ବିବିଧତା ପାଇଁ ସାଂସ୍କୃତିକ ସଭା ଏକ ସୁଯୋଗ ପ୍ରଦାନ କରିଛି। ଏହା ନୂତନ ସମ୍ପର୍କ ବିକାଶ ଓ ପ୍ରଦର୍ଶନ ଉପଭୋଗ କରିବା ସହିତ ପ୍ରତିଭା ପ୍ରଦର୍ଶନ କରିବାକୁ ସକ୍ଷମ କରିବ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟରେ କହିଥଲେ |
କାର୍ଯ୍ୟକ୍ରମରେ ବନ୍ଦର ଲେଡିଜ୍ କ୍ଲବର ସଭାପତି ପି.ଗିରିଜା ସୁନ୍ଦରୀ, ସାଂସ୍କୃତିକ ମହୋତ୍ସବ ଆୟୋଜକ କମିଟିର ଅଧ୍ୟକ୍ଷ ଡି.ଏନ୍. ସୋଧି, ସମ୍ପାଦକ ଡଃ. ଡି.ପି. ସେଠି,ରଂଜନ ରଶ୍ମୀ ବେଉରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ପ୍ରମୁଖ ବନ୍ଦରଗୁଡିକ ଶାସ୍ତ୍ରୀୟ ଭୋକାଲ୍, ହାଲୁକା ଭୋକାଲ୍, ଇନଷ୍ଟ୍ରୁମେଣ୍ଟାଲ୍, ଡ୍ୟାନ୍ସ ଏବଂ ଡ୍ରାମା ପରି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | ଭାରତ ପ୍ରମୁଖ ବନ୍ଦର ଚେନାଇ, କୋଚିନ୍,ଭିଶାଖାପାଟ୍ଟନାମ, NMPA, ମୁମ୍ବାଇ. କୋଲକାତା,JNPA , ଦୀନଦୟାଲ, VOC ଓ ପାରାଦୀପ ବନ୍ଦର, ୧୦ଟି ବ୍ରୁହତ ବନ୍ଦରରୁ ପ୍ରାୟ ଦୁଇ ଶହ କଳାକାର ସାଂସ୍କୃତିକ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି | ଏହି କାର୍ଯ୍ୟକ୍ରମ ସାତ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରଖରେ ଉଦ୍ଜଯାପନି ହେବ | ଏହି ସାଂସ୍କୃତିକ ମହୋତ୍ସବ ମେଜର ପୋର୍ଟ ସ୍ପୋଟର୍ସ୍ କଣ୍ଟ୍ରୋଲ ବୋର୍ଡ ଓ ପାରାଦୀପ ବନ୍ଦର ମିଳିତରେ ଆୟୋଜନ କରାଯାଇଛି।
ପାରାଦୀପ ବନ୍ଦର ପକ୍ଷରୁ ସାଂସ୍କୃତିକ ମହୋତ୍ସବ
