ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଇଣ୍ଡଷ୍ଟ୍ରି ଏବଂ ଚଳଚ୍ଚିତ୍ରରେ ତାଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସୁଛି, ଯାହା ସେମାନଙ୍କୁ ନିରାଶ କରିପାରେ।

ବାସ୍ତବରେ ଦାବି ହେଉଛି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟକୁ ଅଲବିବା କହିବେ। କୁହାଯାଉଛି ସେ ଶୀଘ୍ର ନିଜ ପରିବାର ସହିତ ଆମେରିକା ପଳାଇବେ। ତେବେ ଏହି ଦାବି ସମ୍ପର୍କରେ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଆମେରିକାର ଏକ ପ୍ରମୁଖ ନ୍ୟୁଜ ପୋର୍ଟାଲ ଅନୁଯାୟୀ ଇଲିଆନା ତାଙ୍କ ସ୍ବାମୀ ମାଇକେଲ ଡୋଲାନ ଏବଂ ପୁଅ କୋଆ ଫିନିକ୍ସ ଡୋଲାନଙ୍କ ସହ ଆମେରିକାରେ ବସବାସ କରିବାକୁ ଯାଉଛନ୍ତି। ଏହି ପୋର୍ଟାଲ ଦାବି କରିଛି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରୁ ବିଦାୟ ନେବାକୁ ଯାଉଛନ୍ତି।

ତେବେ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ। ଏହି ଅଭିନେତ୍ରୀ ଚଳିତ ବର୍ଷ ଅଗଷ୍ଟରେ ମା’ ହୋଇଥିଲେ ଏବଂ ସେ ଆହୁରି ମଧ୍ୟ ପ୍ରକାଶ କରିଥିଲେ ସେ ମେ ମାସରେ ମାଇକେଲ ଡୋଲାନଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଏବେ ସେ କୌଣସି ଫିଲ୍ମ ଅଫର ଗ୍ରହଣ କରୁନାହାଁନ୍ତି କାରଣ ସେ ଆମେରିକା ଯିବାକୁ ଯୋଜନା କରୁଛନ୍ତି। ଇଲିଆନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି, ଯେଉଁଥିରୁ ଅନୁମାନ କରାଯାଇପାରେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପରିବାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଇଲିଆନା ଡି’କ୍ରୁଜ ମଡେଲିଂରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଏହା ପରେ ଅଭିନେତ୍ରୀ ମାତ୍ର ୧୯ ବର୍ଷ ବୟସରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ବର୍ଫି’ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଅଭିନେତ୍ରୀ ‘ରୁସ୍ତମ’, ସ୍‌’ରାଇଡ’, ‘ମେ ତେରା ହିରୋ’ ଏବଂ ‘ପାଗଲପନ୍ତୀ’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *