ଗଣିଆ,୨୧.୧୧.୨୩ (ଫୋକସ ପ୍ଲସ) ସୋମବାରଦିନ ପୂର୍ବାହ୍ନରେ ଗଣିଆ ବ୍ଲକ ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକଭାବେ ପତାକାଉତୋଳନ କରି କ୍ରୀଡ଼ାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ
ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, , ଆଡ଼କଟ ସରପଂଚ ସୁବାସିନୀ ବାରିକି, ମହାବିଦ୍ୟାଳୟର ପୂର୍ବତନ ସଂପାଦକ କାଶୀନାଥ ବାରିକି, ଦଶପଲା ଏନଏସର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ,
ସାମାଜିକ କର୍ମୀ କୈଳାସ ଚନ୍ଦ୍ର ମିଶ୍ର, ଆଡ଼କଟା ପୂର୍ବତନ ସମିତିସଭ୍ୟ ଚନ୍ଦ୍ରଶେଖର ସାହୁ ଅର୍ଥନୀତି ବିଭାଗର ଅଧ୍ୟାପକ ତଥା କ୍ରୀଡ଼ା ଉପଦେଷ୍ଟା ଦୁର୍ଯ୍ୟୋଧନ ବସ୍ତିଆ, ମଂଚାସୀନ ଥିଲେ । ପ୍ରଥମେ ମୁଖ୍ୟ ଅତିଥିଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ପରେ ଜଗତର ନାଥ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ବାରା ସାଗତ ସଙ୍ଗୀତ ଗାନ କରାଯାଇଥିଲା । କ୍ରୀଡ଼ାର ନୋଡାଲ ଅଫିସର ତଥା ଇଂରାଜୀ ବିଭାଗର ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା ମଂଚ ପରିଚଳନା କରିଥିଲେ । କ୍ରୀଡା ଶାରିରୀକ ମାନସିକ ପାଇଁ ଜରୁରୀ ହୋଇଥିବାବେଳେ ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ ଓ
ଯୋଗାସନ ପ୍ରାଣାୟମ କରିବା ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା କହିଥିଲେ । ଖେଳ ଚଳିତ ମାସ ୩୦ ତାରିଖରେ ଉଦଯାପିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ
ପଣ୍ଡା କହିଛନ୍ତି । ରାଜ୍ୟ ସରକାର କ୍ରୀଡାର ଉନ୍ନତି ପାଇଁ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରୁଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଖେଳ ଉପକରଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ରୀଡା ଉପରେ ପ୍ରଶିକ୍ଷଣ ଦେବାକୁ ପ୍ରଶିକ୍ଷକ ନିଯୁକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଣିଆ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖେଳ ଅନୁଷ୍ଠିତ ହୋଇଥିବାରୁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି l
