କୋରାପୁଟ: କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆଜି ପରବ ୨0୨୩ ଅଧ୍ୟକ୍ଷ ଏମ ଶଙ୍କର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଆଜି ପରବରେ ପ୍ରଥମେ କୋଟପାଡ଼ ଏନ ଏ ସି ଠାରୁ କୋରାପୁଟଆ ନାଚ, ଗୀତ, ପଟୁଆଁର ଓ ଡେମସା ସହିତ ବିଭିନ୍ନ ସାଂସ୍କୃତିକ ଭେଷରେ କୋଟପାଡ଼ ସହର ଦେଇ ଶୋଭାଯାତ୍ରାରେ କୋଟପାଡ଼ର ଆରାଧ୍ୟ୍ୟ ଦେବୀ କନକମଣି ମା ମାଉଲି ଓ ମା ଶୀତଳା ଠାକୁରାଣୀଙ୍କ ଠାରେ ମଶାଲ ପୂଜନ ପରେ ବାଜାର ତାଳେ ତାଳେ ମଶାଲ ଶୋଭାଯାତ୍ରାରେ ବାହାରି ପରବ ର ଶୁଭାରମ୍ଭ କରାଯାଇଥିଲା, ଏହାପରେ କୋଟପାଡ଼ ଅଞ୍ଚଳ ରୁ ଆସିଥିବା କଳାକାର ଓ ପ୍ରତିଭା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଯଥା ଝୁଟି, ଗୀତ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରଥମ, ଦ୍ୱିତୀୟ, ତୃତୀୟ ଅଧିକରଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମକୁ ରାଜେଶ କୁମାର ଚେଟି, ଗୋପୀ ମାଝୀ, ମହେଶ ଗୁରୁ ପରିଚାଳନା କରିଥବା ବେଳେ ଅଭିନାଶ ପାତ୍ର,ସାମା ବେଗମ, ସୁପ୍ରଭା ମଲ୍ଲିକ, ଗୌତମୀ ପଟ୍ଟନାୟକ, ମୃତ୍ୟୁଞ୍ଜୟ ନାୟକ, ଦୁର୍ଗା ଶତପଥି, କନିଷ୍ଠ ଯନ୍ତ୍ରୀ ସୁଧୀର ନନ୍ଦୀ, ରାଜେଶ ଦାସ, ସିମାଞ୍ଚଳ ମିଶ୍ର, ପ୍ରଭା ବେହେରା, ଈଶ୍ୱର ମହାନ୍ତି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ,ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ଏନ ଏ ସି ଅଧ୍ୟକ୍ଷ ଏମ ଶଙ୍କର ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ନବରଙ୍ଗପୁର ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାନନୀୟା ବିଧାୟିକା ପଦ୍ମିନୀ ଦିଆନ, ଏସ ଏସ ଡ଼ି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀଙ୍କ ସହିତ ମାନ୍ୟଗଣ ସନମାନିତ ଅତିଥି କୋଟପାଡ଼ ବିଡ଼ିଓ ଲଳିତ ମଣ୍ଡଳ ଙ୍କ ସହ କୋଟପାଡ଼ ଇଓ ରାଜେନ୍ଦ୍ର ଖୋରା,ଉପାଧ୍ୟକ୍ଷା ଏମ ସନ୍ତୋଷୀ,ସମସ୍ତ ୱାର୍ଡ ମେମ୍ବର, କୋଟପାଡ଼ ଏନଏସି ର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ମୁକ୍ତା ଯୋଜନା ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ଏନଏସି ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ
