ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଦୌଡ଼ରେ ନୀରଜ।

ଫୋକସପ୍ଲୁସ15/11/2023; ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ତଥା ବିଶ୍ବ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷ ପାଇଁ ବିଶ୍ବର ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଅଛନ୍ତି। ମଙ୍ଗଳବାର ବିଶ୍ବ ଦୌଡ଼କୁଦ ମହାସଂଘ ୫ ଜଣ ଆଶାୟୀ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା କରିଛି। ଏହି କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୀରଜଙ୍କ ସମେତ ଆମେରିକାର ରିୟାନ କ୍ରୋଜର (ସଟ୍‌ପୁଟ୍‌) ଓ ନୋଆ ଲିଲେସ୍‌ (ଦୌଡ଼), ସ୍ବିଡେନର ମଣ୍ଡୋ ଡୁପ୍ଲାଣ୍ଟିସ୍‌ (ପୋଲ୍‌ ଭଲ୍ଟ), ଓ କେନିୟାର କେଲଭିନ କିପ୍ଟମ (ମାରାଥନ୍‌) ସ୍ଥାନ ପାଇଛନ୍ତି। ବିଜେତାଙ୍କ ନାମ ଡିସେମ୍ବର ୧୧ରେ ଘୋଷଣା କରାଯିବ। ଏଥିପାଇଁ ବିଜେତା ବାଛିବାକୁ ତ୍ରିସ୍ତରୀୟ ଭୋଟିଂ ବ୍ୟବସ୍ଥା କରାଯାଇଛି। ବିଶ୍ବ ଦୌଡ଼କୁଦ ପରିଷଦ ଓ ବିଶ୍ବ ଦୌଡ଼କୁଦ ପକ୍ଷରୁ ଇ-ମେଲ୍‌ ଜରିଆରେ ଭୋଟିଂ କରାଯିବ। ଏଥିପୂର୍ବରୁ ବିଶ୍ବ ଦୌଡ଼କୁଦର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରଶଂସକଙ୍କୁ ନେଇ ଭୋଟିଂ କରାଯାଇଥିଲା। ଅକ୍ଟୋବର ୨୮ ତାରିଖରେ ଏହି ଭୋଟିଂ ଶେଷ ହୋଇଥିଲା ବେଳେ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ଏଥିରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *