ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତକଲା କେନ୍ଦ୍ରାପଡ଼ା ଟାଉନ ପୋଲିସ୍ ।

କେନ୍ଦ୍ରାପଡା: ଟାଉନ୍ ଥାନା ଅନ୍ତର୍ଗତ ନସଡିପୁର ଠାରେ ଏକ ବେଆଇନ୍ ବାଣ ଗୋଦାମ୍ ଉପରେ ଚଢାଉ କରି ପୋଲିସ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।ଦୀପାବଳି ରେ ବିକ୍ରି ପାଇଁ ଏଠାରେ ବେଆଇନ ବାଣ ଗଚ୍ଛିତ ଥିବା ଖବର୍ ପାଇ ପୋଲିସ ଚଢାଉ କରିଥିଲା।ଚଢାଉ ସମୟରେ ବିଭିନ୍ନ ପ୍ରକାର ବାଣ ମହଜୁଦ ଥିବା ଜଣାପଡ଼ିଥିଲା।ପୋଲିସ ବାଣ ଜବତ କରିବା ସହ ଡିଜେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି।କେନ୍ଦ୍ରାପଡା ସହରରେ ବାଣ ବିକ୍ରି ହେଉଥିବା କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳ ଉପରେ ପୋଲିସ ତିକ୍ଷ୍ଣ ନଜର ରଖିଥିବା ଜଣାପଡିଛି।ରାଜେଶ ସିଜିନ୍ ହାଉସ୍ ଉପରେ ଆଜି ଟାଉନଥାନା ପକ୍ଷରୁ ଚଢ଼ାଉ କରି ୩ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଥିବା ଦେଖିବାକୁ ମିଳିଛି।ହେଲେ ସିଜିନ୍ ଅନୁଯାଇ ବ୍ୟବସାୟ କରୁଥିବା ରାଜେଶ ସିଜିନ୍ ହାଉସ୍ ରେ ରାକ୍ଷୀ,ବୋଲବମ୍ ଜିନିଷ,ହୋଲିରଙ୍ଗ ଆଦି ବିକ୍ରି କରାଯାଇଥାଏ।ହେଲେ ଅଟକ ଥିବା ବ୍ୟକ୍ତି କହିଛନ୍ତି ପ୍ରତିବର୍ଷ ଲାଇସେନ୍ସ ଆଣି ବାଣ ବ୍ୟବସାୟ କରନ୍ତି। ଗତବର୍ଷ ମଧ୍ୟ ଲାଇସେନ୍ସରେ ବାଣ ବିକ୍ରି ପରେ ଅବଶିଷ୍ଟ ବାଣ ରହିଥିଲା ଯାହାକୁ ପୋଲିସ ଜବତ କରିଛି।ଏବର୍ଷ ନୁଆ ବାଣ କିଛି ବିକ୍ରିପାଇଁ ଆଣିନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *