ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
ପୁଣି ଜେଲ ଯାଇପାରନ୍ତି ଲାଲୁ କିଛିଦିନ ତଳେ ସକ୍ରିୟ ରାଜନୀତିକୁ ଫେରିଥିବା ଲାଲୁ ଏବେ ପୁଣି ଜେଲ ଯିବେ । ଆରଜେଡି ସୁପ୍ରିମୋ ୯୫୦କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ହୋଇ…
ପାଣି ତଳେ ଚାଲିବ ମେଟ୍ରୋ,ଜାଣନ୍ତୁ ବିଶେଷ୍ୟତ୍ୱ ଫୋକସ ପ୍ଲସ 10/4/23(ବ୍ୟୁରୋ):ବର୍ତ୍ତମାନ ପାଣି ତଳେ ଚାଲିବ ମେଟ୍ରୋ, ପରୀକ୍ଷା ହେବ ପ୍ରଥମ ଅଣ୍ଡର ୱାଟର ଟ୍ରେନ୍ ବର୍ତ୍ତମାନ ମେଟ୍ରୋ ମଧ୍ୟ ପାଣି ତଳେ ଚାଲିବ। ଭାରତର…
ନକଲି ମୋବାଇଲ୍ ଫୋନ୍ ଚୋରି ଏବଂ ବ୍ୟବହାର ଉପରେ ଭାରତ ସମେତ ଆସିଆନ ଦେଶଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବ, ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ରାଜି ହେବ | ଭାରତ ସମେତ ଆସିଆନ ଦେଶରେ ନକଲି ମୋବାଇଲ୍ ଫୋନ୍ ଚୋରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇପାରିବ | ନକଲି ମୋବାଇଲ୍ ଫୋନ୍ ଚୋରି ଏବଂ ବ୍ୟବହାର…