ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

 

 

ପୁରୀ ୦୯।୧୧ : ପୁରୀରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ । ସଂକୀର୍ତ୍ତନ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରତିବାଦ କରୁଛି କଂଗ୍ରେସ । ଦାବି ପୂରଣ ନହେବାରୁ ବାଧ୍ୟ ହୋଇ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି ।ଆଜିଠୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ, ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା |ଖବର ଅନୁଯାୟୀ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ମରାମତି, ଗଣତି, ମଣତି ଆଦି ଦାବି ନେଇ ରାଜ୍ୟବ୍ୟାପୀ କଂଗ୍ରେସ ଏହି ପ୍ରତିବାଦ କରୁଛି। |ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ସକାଳୁ କଂଗ୍ରେସର ବରିଷ୍ଠ ନେତା, କର୍ମୀମାନେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି।ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ କଂଗ୍ରେସ ପକ୍ଷରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦେଇଥିଲା କଂଗ୍ରେସ। ତେବେ ଦାବି ପୂରଣ ନହେବାରୁ ବାଧ୍ୟ ହୋଇ କଂଗ୍ରେସ ଏଭଳି ପ୍ରତିବାଦ କରୁଛି |

Leave a Reply

Your email address will not be published. Required fields are marked *