ଫୋକସ ପ୍ଲସ 15/4/23(ବ୍ୟୁରୋ): କର୍କଟ ଚିକିତ୍ସା ପାଇଁ ଆବିଷ୍କାର ହୋଇଥିବା ଆୟୁର୍ବେଦିକ ଔଷଧର କ୍ଲିନିକାଲ୍ ଟେଷ୍ଟ ହେବାକୁ ଯାଉଛି । କେନ୍ଦ୍ରୀୟ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦଏନଆଇଏ କ୍ୟାନସର୍ ବିରୋଧୀ ଆୟୁର୍ବେଦ ଔଷଧ V2S2 ର ପ୍ରଭାବ ଉପରେ ପରୀକ୍ଷଣ ପାଇଁ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ୍ ଜେ ଆଣ୍ଡ କେ ଏବଂ ଆଇଏମ୍ଏଲ୍ ଫାର୍ମାସ୍ୟୁଟିକାଲ୍ସ ସହ ସହଭାଗୀ ହୋଇଛି ।
ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (NIA) ଦ୍ବାରା ବିକଶିତ V2S2 ର ସୂତ୍ର ଅନେକ ଔଷଧୀୟ ଉଦ୍ଭିଦର ହାଇଡ୍ରୋଆଲକହଲିକରୁ ପ୍ରସ୍ତୁତ । ଲାବୋରେଟୋରୀ ପରୀକ୍ଷଣରେ ଏହାର ଆଣ୍ଟିକର୍କିନୋଜେନିକ୍ ଗୁଣ ଥିବା ନିଶ୍ଚିତ ହୋଇସାରିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟ କୋଷର ବୃଦ୍ଧିକୁ ପ୍ରତିରୋଧ କରିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇସାରିଛି ।
ଏନଆଇଏର କୁଳପତି ସଞ୍ଜୀବ ଶର୍ମା କହିଛନ୍ତି ଯେ ଏହାର ଆନୁଷ୍ଠାନିକ ଇନ୍ଭିଭୋ ପରୀକ୍ଷା ପାଇଁ ସର୍ବଶେଷ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖୁବ୍ଶୀଘ୍ର ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । ସଞ୍ଜୀବ ଶର୍ମା କହିଛନ୍ତି ଏହି ପରୀକ୍ଷା ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ 912 ମାସ ମଧ୍ୟରେ କରାଯିବ । ଫଳାଫଳକୁ ଆଧାର କରି ପରବର୍ତ୍ତୀ ସମୟରେ ମାନବଉପରେ ପରୀକ୍ଷା ଏନ୍ଆଇଏ ଏବଂ ଜମ୍ମୁ କାଶ୍ମୀର ଆୟୁଷ ବିଭାଗ ଦ୍ୱାରା କରାଯିବ । ଏହି ପରୀକ୍ଷଣ ସଫଳ ହେବା ପରେ ଦେଶରେ କ୍ୟାନସର୍ ନିରୋଧୀ ଆୟୁର୍ବେଦିକ ଔଷଧ ଉପଲବ୍ଧ ହେବ ।ଏହି ଔଷଧର ଉତ୍ପାଦନ ଦାୟିତ୍ବ AIMIL ଫାର୍ମାସ୍ୟୁଟିକାଲ୍ସକୁ ଦିଆଯାଇଛି । ଏହି ଚୁକ୍ତିନାମାକୁ କର୍କଟ ଔଷଧ ଅନୁସନ୍ଧାନରେ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରି ଏଆଇଏମଏଲ୍ ଫାର୍ମାସ୍ୟୁଟିକାଲ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଚିତ ଶର୍ମା କହିଛନ୍ତି ଯେ ଆୟୁର୍ବେଦ ଔଷଧ ଆସନ୍ତା ଦୁଇତିନି ବର୍ଷ ମଧ୍ୟରେ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ବିକଳ୍ପ ଯୋଗାଇବାରେ ସକ୍ଷମ ହେବ । ଏହି ଔଷଧର ପ୍ରାରମ୍ଭିକ ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ଥିଲା ମାନବର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିବାରେ ଏହି ଔଷଧ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ।
କର୍କଟ ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ
