ଫୋକସ ପ୍ଲସ 14/3/23(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ହାଇସ୍କୁଲ ମେଟ୍ରିକ ପରିକ୍ଷା କେନ୍ଦ୍ର ନିକଟରେ ଥିବା ଏକ ଜେରକ୍ସ ଦୋକାନକୁ ସିଲ୍ କରିଛି ପ୍ରଶାସନ I ଆସନ୍ତା ୨୦ ତାରିଖ ପର୍ଯ୍ଯନ୍ତ ଦୋକାନ ସିଲ୍ ରହିବା I ପ୍ରଶାସନିକ ନିର୍ଦେଶ ର ଅବମାନନା ଅଭିଯୋଗରେ ଦେକାନ ସିଲ୍ ହୋଇଥିବା ଜଣାପଡିଛି I ଉପଖଣ୍ଡର ର ବିଭିନ୍ନ ପରିକ୍ଷାକେନ୍ଦ୍ର ନିକଟରେ ଥିବା ଜେରକ୍ସ ଦୋକାନ ଗୁଡିକରେ ସାମ୍ଭାବ୍ୟ ପ୍ରଶ୍ନର ଉତ୍ତର ଗୁଡିକୁ ମାଇକ୍ରୋ ଜେରକ୍ସ କରି ପରୀକ୍ଷାର୍ଥୀ ମାନେ କପି ନେଉଥିବା ଅଭିଯୋଗ ହୋଇଥିଲା I ଅଭିଯୋଗ ପରେ ଗତକାଲି ଉପଜିଲ୍ଲାପାଳ ଓ ଏସଡିପିଓ ମିଳିତ ଚଢାଉ କରିଥିଲେ I ଏଥିସହ ପରିକ୍ଷା ଦିନ ମାନଙ୍କରେ ପରୀକ୍ଷାକେନ୍ଦ୍ର ଠାରୁ ୨କିମି ପରିଧି ମଧ୍ୟରେ ଥିବା ଜେରକ୍ସ ଦୋକାନ କୁ ସକାଳୁ ଦିନ ୧୦ଟା ପର୍ଯ୍ଯନ୍ତ ବନ୍ଧ ରଖିବାକୁ ନିର୍ଦେଶ ଜାରି କରାଯାଇଥିଲା ାାତେବେ ନିର୍ଦ୍ଦେଶ ର ଅବମାନନା କରିବା ଅଭିଯୋଗରେ ପ୍ରଶାସନିକ ସ୍କାଆଡ ସଂପୃକ୍ତ ଦୋକନ ସିଲ୍ କରିଛନ୍ତି ା
ନିୟମକୁ ଅବମାନନା, ଜେରକ୍ସ ଦୋକାନ ହେଲା ସିଲ୍
