ବର୍ତମାନ ସମୟରେ ଯୁବ ପିଢ଼ି ଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଟାଟୁ ଚିତ୍ର ବେଶ ହଇଚଇ ସୃଷ୍ଟି କରୁଛି | ପୂର୍ବ କାଳରେ ଶରୀରରେ ଲୋକେ ଚିତା କୁଟାଉଥିବଲେ କିନ୍ତୁ ତାହା ବର୍ତ୍ତମାନ ସମୟରେ ଟାଟୁର ରୂପ ନେଇଛି | ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି| ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି | ତେବେ କେବଳ ଟାଟୁ କହିଲେ ହେବ ନାହିଁ ଏବେ ୩ଡ଼ି ଟାଟୁରୁ କ୍ରେଜ ଚାଲିଛି | ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ସେଭଳି କିଛି ନିୟମ ନାହିଁ | ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି | ବିନା କୌଣସି ଯନ୍ତ୍ରଣା ଶରୀରରେ ସୁନ୍ଦର ଆର୍କଷଣୀୟ ଛବି ଆଙ୍କିବାକୁ ଯୁବ ବର୍ଗଙ୍କ ଭିତରେ ଲାଗିଛି ପ୍ରତିଯୋଗିତା ।ଯୁବପୀଢ଼ିଙ୍କ ମଧ୍ୟରେ ଦିନକୁ ଦିନ ବଢ଼ୁଛି ୩ଡ଼ି ଟାଟୁର ଟ୍ରେଣ୍ଡ | ବିଭିନ୍ନ ସ୍ଥାନରେ ଏବେ ୩ଡ଼ି ଟାଟୁ ଲୋକପ୍ରିୟ ହେବାରେ ଲାଗିଛି । ମାତ୍ର ୧୫ ମିନିଟ ମଧ୍ୟରେ ଆପଣ ଚାହୁଁଥିବା ମନ ମୁତାବକ ଡିଜାଇନର ଟାଟୁ ଆପଣଙ୍କ ଦେହରେ ତିଆରି ହୋଇଯାଉଛି | ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କ ଛବି ମଧ୍ୟ ଟାଟୁ ଆକାରରେ ଶରୀରରେ ଆଙ୍କି ପାରିବେ | ନର୍ମାଲ ଟାଟୁ 100ରୁ 300 ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ କଲର ପ୍ଲସ ଠାରୁ ଆରମ୍ଭ କରି 3ଡି ଟାଟୁ ଆଙ୍କିବାର ଦାମ 500 ରୁ ଆରମ୍ଭ କରି 3000ଟଙ୍କା ପର୍ଯ୍ୟନ୍ତ ରହିଛି | ସବୁଠାରୁ ବଡ କଥା ହେଉଛି ଏହି ୩ଡି ଟାଟୁକୁ ଦେଖିଲେ ପୁରା ବାସ୍ତବିକ ପରି ମନେ ହେଉଛି | ଏହା ସାରା ଜୀବନ ପାଇଁ ଶରୀରରେ ରହିବ | ଏବେ ପୁଣି ଏହି 3ଡି ଟାଟୁ ଆଙ୍କିବା ପାଇଁ ତାଙ୍କ ପାଖରେ ଯୁବପୀଢିଙ୍କ ବେଶ ଭିଡ | ପ୍ରେମିକା, ପ୍ରେମିକ ଙ୍କ ଠାରୁ ଆରମ୍ଭ କରି ବର୍ତମାନ ସମୟରେ ମଧ୍ୟବିତ୍ତ ପରିବାର ର ଅନେକ ଏହି ଟାଟୁ ପ୍ରତି ନିଜର ଆଗ୍ରହ ଦେଖାଉଛନ୍ତି | ନିଜ ଶରୀର ର ବିଭିନ୍ନ ସ୍ଥାନରେ ଲଭ ଟାଟୁ ଠାରୁ ଆରମ୍ଭ କରି ନିଜ ନାମ କିମ୍ବା ପ୍ରେମିକା, ପ୍ରେମିକ ଙ୍କ ନାମ ଲେଖିବାକୁ ଭୁଲୁ ନାହାନ୍ତି ଯୁବ ପିଢ଼ି | ଖୁବ କମ ସମୟ ମଧ୍ୟରେ ଏହି ଚିତ୍ର କଳା କୁ ନିଜ ଶରୀର ରେ ବାସ୍ତବ ରୂପ ଦେଉଥିବା ଟାଟୁ ଚିତ୍ରକାର ମାନେ ମଧ୍ୟ ଏବେ ବେଶ ଦୁଇ ପଇସା ଭଲ ରୋଜଗାର କରି ପାରୁଛନ୍ତି |
ଯୁବପିଢୀଙ୍କ ମଧ୍ୟରେ ଫ୍ୟାସନ ଟ୍ରେଣ୍ଡ ପାଲିଟିଛି 3D ଟାଟୁ
