ବିଳିବିଳଉଛି ପାକିସ୍ତାନ

ବିପଦରେ ପଡି ବିଳିବିଳଉଛି ପାକିସ୍ତାନ । ଭାରତକୁ ବନ୍ଧୁ ରାଷ୍ଟ୍ର କହି ପୁଣି ବଦଳାଉଛି ମତ । ଜାତିସଂଘରେ ପ୍ରେସମିଟ୍ ବେଳେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ । ତୁରନ୍ତ ମତ ବଦଳାଇ କହିଲେ ପଡୋଶୀ ଦେଶ । ସେ ଆଜି ଜାତିସଂଘ ପରିସରରେ ଏକ ପ୍ରେସମିଟକୁ ସମ୍ବୋଧିତ କରିବା ସମୟରେ ସେ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ଅବିହିତ କରିଥିଲେ । ହେଲେ ତାର ମାତ୍ର କିଛି କ୍ଷଣ ମଧ୍ୟରେ ସେ ନିଜର ମନ୍ତବ୍ୟକୁ ଅତି ଚତୁରତାର ସହ ସଂଶୋଧନ କରି ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିବା ଦେଖିବାକୁ ମିଳିଥିଲା । ଜାତିସଂଘରେ ଏକ ପ୍ରେସମିଟରେ ବିଲାଓ୍ବଲ କାଶ୍ମୀର ସମ୍ପର୍କିତ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । କାଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ବିଲାଓ୍ବଲ କହିଥିଲେ, କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଜାତିସଂଘରେ ମୁଖ୍ୟ ମୁଦ୍ଦା ଭାବେ ମଧ୍ୟ ଉଠାଇଛି । ଏହି ପ୍ରସଙ୍ଗରେ ଆମର ବନ୍ଧୁ ଭାରତ ତାର ଆପତ୍ତି ଉଠାଇ ଆସିଛି । ପରେ ସେଥିରେ ତୁରନ୍ତ ସଂଶୋଧନ ମଧ୍ୟ କରି ବନ୍ଧୁ ରାଷ୍ଟ୍ର ପରିବର୍ତ୍ତେ ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିଲେ ବିଲାଓ୍ବଲ । ସେହିପରି ସେ ଏହି ମୁଦ୍ଦାକୁ ଅନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ମୁଦ୍ଦା ଭାବେ ଉତ୍ଥାପନ କରିବା ପାଇଁ ପାକିସ୍ତାନ କଠିନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ ।

Leave a Reply

Your email address will not be published. Required fields are marked *