ବିଧାୟିକା ଅଳକା ମହାନ୍ତି ଅସୁସ୍ଥ

ଫୋକସ ପ୍ଲସ 9/3/2023(ବ୍ୟୁରୋ): ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ହୋଇଛନ୍ତି ଅସୁସ୍ଥ । ଆଜି ତାଙ୍କୁ ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ପେଟ ଜନିତ ଯନ୍ତ୍ରଣା ଯୋଗୁଁ ବିଧୟିକା ଅଳକା ମହାନ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ଅଳକା ମହାନ୍ତିଙ୍କ ହିମୋଗ୍ଲୋବିନ 6 ଗ୍ରାମ ଥିବାବେଳେ ଗୋଟିଏ ୟୁନିଟ ରକ୍ତ ତାଙ୍କୁ ଦିଆଯାଇଛି ,ଏହାସହ ତାଙ୍କର ପେଟ ଯନ୍ତ୍ରଣା କଣ ପାଇଁ ହେଉଛି ତାର ପରୀକ୍ଷା ନିରୀକ୍ଷା ଡାକ୍ତରୀ ଦଳ କରୁଥିବାବେଳେ ସେ ରକ୍ତଚାପ ଏବଂ ମଧୁମେୟ ରୋଗରେ ପୀଡିତ ଥିବା ଜଣାପଡିଛି l

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାଥମିକ ଚିକିତ୍ସା ପରେ ବିଧାୟିକା ଅଳକା ମହାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଅଳକା ମହାନ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଭୁଦତ୍ତ ମହାନ୍ତି ସୁଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *