ଫୋକସ ପ୍ଲସ 14/2/23(ବ୍ୟୁରୋ): ଗୁରୁଗ୍ରାମର ଏକ ସପିଂ ମଲ୍ ପାର୍କିଂରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଚାକିରି ଦେବା ବାହାନାରେ ମଲକୁ ଡାକିଥିଲେ । ପରେ ତାଙ୍କୁ ମଲର ତଳ ମହଲାକୁ ନେଇ କାରରେ ବଳାତ୍କାର କରିଥିଲେ । ପୀଡିତାଙ୍କ ଅନୁସାରେ ଅଭିଯୁକ୍ତ ତାଙ୍କୁ ପାର୍କିଂ ସ୍ଥାନରେ ପିଇବା ପାଇଁ ନିଶାଯୁକ୍ତ ପାଣି ଦେଇଥିଲେ ।ଏହାକୁ ପିଇବା ପରେ ସେ ବେହୋସ ହୋଇଯାଇଥିଲେ ।ସେକ୍ଟର ୫୧ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡିତା ଅନଲାଇନରେ ଚାକିରି ଖୋଜୁଥିଲେ ଏବଂ ଏହି ସମୟ ମଧ୍ୟରେ ସେ ତୁଷାର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ । ତାଙ୍କୁ ଚାକିରି ମିଳିଯିବ ବୋଲି ତୁଷାର ପ୍ରତିଶୃତି ମଧ୍ୟ ଦେଇଥିଲେ । ଅଭିଯୋଗ ଅନୁସାରେ ,ଗତ ଶନିବାର ଦିନ ତୁଷାର ତାଙ୍କୁ ସହରର ଏକ ମଲରେ ଭେଟିବାକୁ ଡାକିଥିଲେ । ତାଙ୍କୁ ଭେଟିବା ପାଇଁ ସେ ନିଜର ସାର୍ଟିଫିକେଟ ସହିତ ଦିନ ପ୍ରାୟ ୧ ଟା ସମୟରେ ମଲରେ ପହଞ୍ଚିଥିଲେ । ତା’ପରେ ସେ ତାଙ୍କୁ ମଲର ତଳ ମହଲାକୁ ନେଇଗଲେ । ତଳ ମହଲାରେ ଅଭିଯୁକ୍ତ ତାଙ୍କୁ ପାଣି ପିଇବାକୁ ଦେଇ ବଳାତ୍କାର କରିଥିଲେ ।ତେବେ ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କର ଡାକ୍ତରୀ ଚିକିତ୍ସା କରିଛି । ଆଇପିସିର ଧାରା ୩୨୮, ୩୭୬ ଏବଂ ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ମଲର ସିସିଟିଭି ଫୁଟେଜ ସ୍କାନ କରୁଛି ।
