ଗୁଣି ସନ୍ଦେହରେ ଗୁଳି ମାଡ଼

ଫୋକସ ପ୍ଲସ 12/2/23(ଗଜପତି): ଗୁଣିଆ ସନ୍ଦେହରେ ଯୁବକଙ୍କୁ ଗୁଳିମାଡ଼, ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗ୍ରାମରେ। ଗୁଳି ମାଡ଼ରେ ଆହତ ଯୁବକ ଜଣକ ସେହି ଗ୍ରାମର କପିଳେନ୍ଦ୍ର ମଲ୍ଲିକ । କପିଳେନ୍ଦ୍ର ନିଜ ମାମୁ ଘର ବୁଢ଼ୀହୁରୁ ଯାଇ ନିଜ ଗାଁକୁ ଫେରିବା ବେଳେ ଘୋଡ଼ାପଙ୍କା ସ୍କୁଲ ନିକଟରେ ପ୍ରଥମେ ଜଣେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା । ପରେ ନିକଟରେ ଥିବା ଏକ ବୁଦାରୁ ଅନ୍ୟଜଣେ ଗୁଳି ମାଡ଼ କରିଥିବା କପିଳେନ୍ଦ୍ର ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଗୁଳିଟି କପିଳେନ୍ଦ୍ରଙ୍କ ଡାହାଣ ପାର୍ଶ୍ୱ ଅଣ୍ଟା ତଳକୁ ବାଜିଛି। ତେଵେ ଗୁଣି ସନ୍ଦେହରେ ତାଙ୍କୁ ଆକ୍ରମଣ କରାଯାଇଥିବା କପିଳେନ୍ଦ୍ର କହିଛନ୍ତି । ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆହତ କପିଳେନ୍ଦ୍ର ଙ୍କୁ ବ୍ରହ୍ମପୁର mkcg ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଡବା ପୋଲିସ ଘଟଣା ର ତଦନ୍ତ ଜାରିରଖିଛି।

Leave a Reply

Your email address will not be published. Required fields are marked *