ଫୋକସ ପ୍ଲସ 09/02/2023(ଭୁବନେଶ୍ୱର); ଆଜିଠାରୁ ବଢିଲା ତାପମାତ୍ରା । ଖରା ର ତାପମାତ୍ରା ବଢ଼ିଲାଣି ଭୁବନେଶ୍ୱର ରେ । ଗତକଲି ଭୁବନେଶ୍ୱର ରେ ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ରାଜଧାନୀରେ ଗତକାଲି ତାପମାତ୍ରା ୩୫.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । କେବଳ ରାଜଧାନୀ ନୁହେଁ, ବରଂ ନୟାଗଡ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଛୁଇଁଛି । ଦାରିଙ୍ଗିବାଡ଼ି, ଗୋପାଳପୁରକୁ ବାଦ ଦେଲେ ରାଜ୍ୟର ଅଧିକାଂଶ ସହର ଗତକାଲି ଖରାତାତିରେ ସିଝିଛି ଥିଲା !
ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଉପରେ ଥିଲା । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରି ରହିଛି ରହିଛି ବୋଲି ଜଣାପଡିଛି । ତାତି ଆହୁରି ବଢିବାର ଆଶଙ୍କା ରହିଛି । ଆଗକୁ ମଧ୍ୟ ତାତି ଏପରି ରହିବ ବୋଲି ଯାହା ପାଣିପାଗ ବିଭାଗ ସୂଚନା ମିଳିଛି ! ଆଗାମୀ ୫ ଦିନ ପାଇଁ ମଧ୍ୟ ତାପମାତ୍ରା ୩୩ରୁ ୩୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ଥିବା ଜଣାପଡିଛି!
ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଯାହା କି କେତେକ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି! ବିଶେଷ କରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ କୁହୁଡ଼ି ହୋଇପାରେ ।
ତେବେ ଆସନ୍ତା ୫ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଯାହା ଶୁଖିଲା ରହିବ। ଏବଂ ତାପମାତ୍ର ବି ବଢିପାରେ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଯାହା ଜଣାପଡିଛି । ଭୁବନେଶ୍ବର ସମେତ କେତେକ ସହରର ଦିନର ତାପମାତ୍ରା ୩୪ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ଆଶଙ୍କା । ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଜଣାପଡିଛି!