ଫୋକସ ପ୍ଲସ ୮/୨/୨୩(ବ୍ୟୁରୋ): ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ଏବେ ଥରିଉଠିଛି ପାଲେଷ୍ଟାଇନ୍ । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିବା ଜଣାପଡିଛି । ସବୁଠାରୁ ଏହି ଝଟକା ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ନବ୍ଲସ ସହରରୁ ୧୩ କିମି ଉତ୍ତରରେ ରହିଛି। ।ତୁର୍କୀ ଓ ସିରିଆରେ ଭୀଷଣ ଭୂମିକମ୍ପ ପରେ ପାଲେଷ୍ଟାଇନ ଭୂକମ୍ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୀଷଣ ଭୂମିକମ୍ପ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ହେଲାଣି । ତେଣୁ ଏଭଳି ପରିସ୍ଥିତିରେ ପାଲେଷ୍ଟାଇନରେ ଭୂମିକମ୍ପ ହେବା ସେଠିିକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ ଏଠାରେ ଧନଜୀବନ କ୍ଷୟକ୍ଷତି ହେବାର କୌଣସି ସୂଚନା ମିଳିନାହିଁ ହେଲେ ଏଠିକା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ସିରିୟା ପରେ ଥରିଉଠିଲା ପାଲେଷ୍ଟାଇନ୍
