ଫୋକସ ପ୍ଲସ 07/02/2023(ଭୁବନେଶ୍ୱର): ଓଲିଉଡ ର ହାସ୍ୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ! ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ହାସ୍ୟ ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍ କରାଯିବ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପିଣ୍ଟୁନନ୍ଦ!
ଭୁବନେଶ୍ୱର ହସ୍ପିଟାଲ କରିପାରିଲା ନାହିଁ ସେଥିପାଇଁ ଆଜି ଚିକିତ୍ସା ପାଇଁ ଦିଲ୍ଲୀ ଯାଉଛନ୍ତି ପିଣ୍ଟୁ ନନ୍ଦ । ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଛନ୍ତି ପିଣ୍ଟୁନନ୍ଦ ।
ଦିଲ୍ଲୀର ILBS ହସ୍ପିଟାଲ ରେ ଅପରେସନ୍ କରାଯିବ। ଲିଭର ସିରୋସିସ୍ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।ଏବଂ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିିଛି ବୋଲି ଜଣା ପଡିଛି । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ। ଏହି ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ବ୍ୟୟ ବହୁଳ ଅପରେସନ୍ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଓଲିଉଡ୍ କଳାକାର, ପିଣ୍ଟୁଙ୍କ ଫ୍ୟାନ୍ ଏବଂ ସାଧାରଣ ଜନତା ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।
ପିଣ୍ଟୁ ନନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସିନେମା କଳାକାର ମାନେ ଅନୁରୋଧ କରିଛନ୍ତି । ସିନେମା କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ସ୍ଥିର ହୋଇଥିଲା। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ଟ୍ରାନ୍ସପ୍ଲାଣ୍ଟ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ରହିଛି। ସିନେମା କଳାକାର ସଂଘର କୋଷାଧ୍ୟକ୍ଷ ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଓ ସମ୍ପାଦକ ଶ୍ରୀତମ ଦାସ ପିଣ୍ଟୁଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଅଭିନେତା ଶ୍ରୀତମ ଦାସ। ପିଣ୍ଟୁଙ୍କ ଅସୁସ୍ଥତାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ ଏବଂ ପିଣ୍ଟୁ ନନ୍ଦଙ୍କ ପ୍ରଶଂସକ।