ଫୋକସ ପ୍ଲସ ୬/୨/୨୩(ଢେଙ୍କାନାଳ): ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଏକ ମେଗା କ୍ରୀଡା କାର୍ଯକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯକ୍ରମରେ ରନ-ଏ-ଥନର ତୃତୀୟ ସଂସ୍କରଣରେ ୩୫୦୦ ଜଣ ଧାବକ ଅଂଶ ଗ୍ରହଣ କରିଥିବାବେଳ ଏହା ସକାଳ ୬ ଘଣ୍ଟିକ ସମୟରେ ମେରାମଣ୍ଡଳି ଟାଟା ଷ୍ଟିଲ କଣ୍ଟାବଣିଆ ସ୍ଥିତ କାରଖାନାର ହଉସିଂ କଲୋନୀ ଠାରୁ ଦୌଡ଼ ଆରମ୍ଭ କରି ଏନ-ଏଚ ୫୫ ସର୍ଭିସ୍ ରୋଡ ନିକଟସ୍ଥ ଶିବପୂର ଗ୍ରାମ ସଡ଼କ ଦେଇ ଅଗକୁ ବଢିଥିଲା ।ଏହି ମେଗା କ୍ରୀଡା କାର୍ଯକ୍ରମ ଢେଙ୍କାନାଳ ପ୍ରଶାସନ ସାହାର୍ଯ୍ୟରେ ଆୟୋଜନ କରାଯାଇଥିବାବେଳେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସିମାରଣି ନାୟକ, ଜିଲ୍ଲାପାଳ ସରୋଜ କୁମାର ସେଠୀ,ଜିଲ୍ଲା ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମହାପାତ୍ର,ଟାଟା ଷ୍ଟିଲ ଉପସଭାପତି (କର୍ପୋରେଟ ସେବା) ଚାଣକ୍ୟ ଚୌଧୁରି,ଟାଟା ଷ୍ଟିଲ ଉପସଭାପତି(ଅପରେସନ) ସୁବୋଧ ପାଣ୍ଡେଙ୍କ ଦ୍ଵାରା ୧୦ କିମି ଓ ୫ କିମି ଦୌଡ଼କୁ ପତକା ଦେଖାଇ ଲୋକାର୍ପଣ କରାଯାଇଥିଲା ।ଏହି ୧୦ କିମି ଦୌଡ଼ର ଉଭୟ ପୁରୁଷ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା ।୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମି ରଂଜନ ନାୟକ ବିଜେତା ହୋଇଥିବାବେଳେ ମହିଳା ବର୍ଗରେ ସାମସଦ ଆରା ବେଗମ୍ ବିଜୟିନୀ ହୋଇଥିଲେ।୫ କିମି ଦୌଡ଼ ପୁରୁଷ ବର୍ଗରେ ପ୍ରବୀଣ ବିଜୟ ହୋଇଥିବାବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ।ଏହି ପ୍ରତିଯୋଗିତାରେ ପରିବେଶ ସୁରକ୍ଷାକୁ ନଜରରେ ରଖି ଟାଟା ଷ୍ଟିଲ ସବୁଜ ପୃଥିବୀର ସ୍ବପ୍ନ ସାକାର କରିବା ଉଦ୍ଦେଶ୍ୟରେ ପ୍ରତି ଧାବକ ପଞ୍ଜିକରଣ ପିଛା ଗୋଟିଏ ଚାରା ରୋପଣ ପାଇଁ ପ୍ରତିବଦ୍ଦ କରିଥିଲା ।
