ଦୀର୍ଘ ଦୁଇ ବର୍ଷ ପରେ ଜେଲରୁ ବାହାରିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ): ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଯାଇଥିବା ବେଳେ ବାଟରୁ ପୋଲିସ ସିଦ୍ଦିକିଙ୍କୁ ଗିରଫ କରିଥିଲା | ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ଵାରା ଦାଖଲ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଏବଂ ଆଇଟି ଆକ୍ଟ ସମେତ ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି | ଯାହା ଫଳରେ ସେ ଜେଲରୁ ବାହାରିଛନ୍ତି | ତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଜେଲ ପ୍ରଶାସନଙ୍କୁ ନିର୍ଦେଶ ମିଳିଥିବା ବେଳେ କିଛି ଔପଚାରିକତା ପୂରଣ ପାଇଁ ସାମ୍ବାଦିକ ଜେଲରୁ ବାହାରିଥିବା ସୂଚନା ମିଳିଛି | ସୂଚନା ଅନୁସାରେ, କେରଳ ମଲ୍ଲମପୁର ନିବାସୀ ସିଦ୍ଦିକି କପ୍ପାନ ୨୭ମାସ ହେଲା ଜେଲରେ ବନ୍ଦ ଥିଲେ | ୨୦୨୦ ଅକ୍ଟୋବର ୫ ରେ ହାଥରସରେ ଅଶାନ୍ତ ଓ ହିଂସା ଉସୁକେଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସିଦ୍ଦିକିଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା | ହାଥରସରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଯାଇଥିବା ବେଳେ ଉତ୍ତର ପ୍ରଦେଶ ପୋଲିସ ସେମାନଙ୍କୁ ଗିରଫ କରିଥିଲା | ସେ ଏବଂ ତାଙ୍କ ସହ ଗାଡ଼ିରେ ଥିବା ସାଥି ମାନେ ପ୍ରଥମେ ଘଟଣା ସ୍ଥଳରେ ଲୋକମାନଙ୍କ ମଧରେ ସାମ୍ପ୍ରତିକ ଦଙ୍ଗା ସୃଷ୍ଟି କରିବାକୁ ଏବଂ ସାମାଜିକ ସଦଭାବନାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା |ତେବେ ସାମ୍ବାଦିକ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସହ ଜଡିତ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିଲା | ଏହା ପରେ ତାଙ୍କୁ ପୋଲିସ ଗିରଫ କରିଥିବା ବେଳେ ମିଥ୍ୟା ମାମଲାରେ ତାଙ୍କୁ ଫସା ଯାଉଛି ବୋଲି ସାମ୍ବାଦିକ କହିଥିଲେ | ପ୍ରାୟ ଦୁଇ ବର୍ଷ ଧରି ସେ ଜେଲରେ ରହିବ ପରେ ସେପ୍ଟେମ୍ବରରୁ ସୁପ୍ରିମ କୋର୍ଟରେ ଜାମିନ ପାଇଥିଲେ | ହେଲେ ଇଡି ଦ୍ଵାରା ଦାଖଲ ମାମଲାରେ ଜାମିନ ନ ମିଳିବାରୁ ସେ ଜେଲ ରେ ରହିଥିଲେ |

Leave a Reply

Your email address will not be published. Required fields are marked *