ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ): ଆସନ୍ତାକାଲି ଠାରୁ ଯୁକ୍ତଦୁଇର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜିଠାରୁ ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ଚୂଡାନ୍ତ ପ୍ରସ୍ତୁତି କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର,ଉତ୍ତର ଖାତା ସହ ଟାଇମ୍ ଟେବୁଲ ପଠାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି ।ତେବେ ଆସନ୍ତାକାଲି ୯ଟା ୩୦ ରୁ ଛାତ୍ର ଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ ପରୀକ୍ଷା ୧୦ ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ସିଟିଂ ପରୀକ୍ଷା ୨ ଟାରୁ ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ବିଜ୍ଞାନରେ ଫିଜିକ୍ସ, ବଟନି, ଜୁଲୋଜି, କେମେଷ୍ଟ୍ରୀ, ଇନଫରମେସନ୍ ଟେକ୍ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ ।ସେହିପରି ବାଣିଜ୍ୟରେ ଆକାଉଣ୍ଟାସି, ବିଏମ୍ଏସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଯୁକେସନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରାକ୍ଟିକାଲ ପରୀକ୍ଷା ନେଇ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲରେ ସମସ୍ତ ପ୍ରସ୍ତୁତି ସରିଛି ଏବଂ ପରୀକ୍ଷା ପାଇଁ ସମସ୍ତ ଲ୍ୟାବକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ବିଜେବିରେ ବିଜ୍ଞାନରେ ମୋଟ ୫୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ବିଜେବି କଲେଜର ଅଧ୍ୟକ୍ଷ କହିଛନ୍ତି ।
