ଗଞ୍ଜାମ ଏବଂ ପୁରୀର ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ |

ଫୋକସ ପ୍ଲସ ୩୧/୧/୨୩(ବ୍ରହ୍ମପୁର): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର TPSODL ଜିଏମ୍ l TPSODL ମୁଖ୍ୟ କାର୍ଯ୍ୟାଳୟରେ ଚାକିରୀ କରୁଥିବା ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ । ଏକକାଳୀନ ଗଞ୍ଜାମ ଏବଂ ପୁରୀର ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଗଞ୍ଜାମର ୯ଟି ଜାଗା ସହ ପୁରୀରେ ଗୋଟାଏ ଜାଗାରେ ଭିଜିଲାନ୍ସ ରେଡ଼ । ଭିଜିଲାନ୍ସ ର ଏକ ଟିମ୍ ପୁରୀ ସହିତ ବ୍ରହ୍ମପୁର ରେ ଥିବା ବାସ ଭବନ ଥିବା ଏକକାଳୀନ ୧୦ଟି ଜାଗାରେ ଚଢାଉ କରିଛନ୍ତି, ବ୍ୟାଙ୍କର କାଗଜ ପାତ୍ର ଟିକିନିଖି ଯାଞ୍ଚ ଚାଲିଛି , ଯାଞ୍ଚ ପରେ ସବିଶେଷ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *