ବିଜେପି ମହିଳା ମୋର୍ଚ୍ଚାଙ୍କ ଏସପିଙ୍କୁ ଦାବିପତ୍ର |

ଫୋକସ ପ୍ଲସ ୨୬/୧/୨୩(ବ୍ରହ୍ମପୁର):ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତିଙ୍କ ଆଗ୍ରହ କ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାତ କିରଣ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାନେତ୍ରୀ ସୁଶୀଳା ବାଡତ୍ୟା ଟାଟା ପାୱାର ବରିଷ୍ଠ ଅଧିକାରୀ ଶୈଳେନ୍ଦ୍ର ସିଂହ ଦ୍ଵାରା ଅସଦାଚରଣର ଶିକାର ହୋଇଥିବା ସୁରକ୍ଷା କର୍ମୀ ପୀଡ଼ିତାଙ୍କୁ ସାଥିରେ ଧରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ସାକ୍ଷାତ କରିଥିଲେ। ଗତ ୧୧ ତାରିଖ ଠାରୁ ପୀଡ଼ିତାଙ୍କ ସହ ଅସଦାଚରଣ ହୋଇଥିଲେ ସୁଦ୍ଧା ଟାଟା ପାୱାର ଏବଂ ସମ୍ପୃକ୍ତ ସୁରକ୍ଷା ଏଜେନସି ୧୭ ତାରିଖ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ହଇରାଣ କରି ଚାକିରୀରୁ ବହିଷ୍କାର କରିଥିଲେ I ବାଧ୍ୟ ହୋଇ ନ୍ୟାୟ ନପାଇ ୧୭ ତାରିଖ ଦିନ ପୀଡିତା ଶୈଳେନ୍ଦ୍ର ସିଂହ ଙ୍କ ନାମରେ ଏତଲା ଦେଲେ I ୧୭ ତାରିଖ ଠାରୁ ଆଜି ୨୫-୦୧-୨୦୨୩ ପର୍ଯ୍ୟନ୍ତ ବୟାନ ରେକର୍ଡ ବ୍ୟତୀତ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପ୍ରଶାସନର କାର୍ଯ୍ୟ ପଦ୍ଧତି ପ୍ରତି ସନ୍ଦେହ ସୃଷ୍ଟି କରୁଛି I ପୀଡ଼ିତାଙ୍କୁ ଦାୟିତ୍ଵ ମୁକ୍ତ କରଯାଇଛି ପରନ୍ତୁ ଅଭିଯୁକ୍ତ ଶୈଳେନ୍ଦ୍ର ସିଂହଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ I ବିଜେପି ମହିଳା ମୋର୍ଚ୍ଚା କ୍ଷୋଭ ପ୍ରକାଶ କରିଛି ଓ ପିଡିତାଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରି ପୁନଃ ତାଙ୍କୁ ନିଯୁକ୍ତି ପାଇଁ ଦାବୀ ଜଣାଇଛି। ଏତଦବ୍ୟତୀତ ଶୈଳେନ୍ଦ୍ର ସିଂହଙ୍କୁ ଗିରଫ କରାଯାଉ ବୋଲି ଦାବୀ କରାଯାଉଛି।ଆଇନ ତା ବାଟରେ ଯିବ ବୋଲି ଭଣ୍ଡ ଦୃଢୋକ୍ତି ଦେଉଥିବା ବିଜେଡି ସରକାରଙ୍କ ଶାସନରେ ପ୍ରତିଦିନ ମହିଳା ମାନେ ଅସଦାଚାରଣ ବଳାତ୍କାର ଓ ହତ୍ୟାର ଶିକାର ହେବା ଆଇନ ତା ବାଟରେ ନୁହଁ ଅସାମାଜିକ ତତ୍ତ୍ଵଙ୍କୁ ସୁରକ୍ଷା ଦେଉଛି ବୋଲି ହୃଦୟଙ୍ଗମ ହେଉଛି I

Leave a Reply

Your email address will not be published. Required fields are marked *