ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ||FocusPlus

ଫୋକସ ପ୍ଲସ 10/1/2023( ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ଭାରତ -ଶ୍ରୀଲଙ୍କା ଦିନିକିଆ ସିରିଜ |ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-20କୁ 2-1ରେ ସିରିଜ କବ୍ଜା କରିଛି |ଏବେ ଦିନିକିଆ ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି |ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓଲ୍ହାଇବ ଟିମ ଇଣ୍ଡିଆ |ଦିନିକିଆ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ ଉପରେ ରହିଛି |ତେବେ ଗୌହାଟୀରେ ଦିନ ସାଢେ ଗୋଟାଏରେ ପ୍ରଥମ ଦିନର ମ୍ୟାଚ ଖେଳାଯିବ ବୋଲି ସୂଚନା ରହିଛି |ବାଂଲାଦେଶ ବିପକ୍ଷ ସିରିଜରେ ଆହତ କାରଣରୁ ସେ ଟି-20 ଶୃଙ୍ଖଳା ଖେଳିପାରିନଥିଲେ ଏବଂ ଏବେ ସେ ଫିଟ ହୋଇ ପଡିଆକୁ ଓଲ୍ହାଉଛନ୍ତି |ବିରାଟ କୋହଲି ମଧ୍ୟ ଟିମକୁ ଫେରିଛନ୍ତି |ଟିମରେ ଅଛନ୍ତି ଲୋକେଶ ରାହୁଲ ,ଶୁଭମନ ଗିଲ ,ସୂର୍ଯ୍ୟକୁମାର ଯାଦବ ,ଶ୍ରେୟସ ଆୟାର ଭଳି ଖେଳାଳି |ତେବେ ପ୍ଲେଇଂ ଇଲେଭେନରେ କିଏ ସ୍ଥାନ ପାଉଛି,ତା ଉପରେ ନଜର ରହିଛି | ଦାସୁନ ଶାନକାଙ୍କ ନେତୃତ୍ୱରେ ପଡିଆକୁ ଓଲ୍ହାଇବ ଶ୍ରୀଲଙ୍କା ଟିମ |

Leave a Reply

Your email address will not be published. Required fields are marked *