ପର୍ଯ୍ୟଟକଙ୍କ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା || FocusPlus

ଫୋକସ ପ୍ଲସ 25/12/2022(ରାୟଗଡ଼ା): ଅତ୍ୟଧିକ ମଦ୍ୟପାନ କରି ୨୨ ତାରିଖ ଦିନ ଜଣେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଅନ୍ୟ ଜଣେ ସାଥୀ ହୋଟେଲ ଛାତ ଉପରୁ ତଳକୁ ଡେଇଁ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ତେବେ ଫୁଲବାଣୀ ଜିଲ୍ଲାରୁ ରୁଷିଆ ପର୍ଯ୍ୟଟକ ମାନେ ରାୟଗଡ଼ା ସହରକୁ ଭ୍ରମଣ କରିବାକୁ ଆସିଥିବା ବେଳେ ସେମାନେ ରାୟଗଡ଼ା ସହରର ସାଇ ଇଣ୍ଟର ନେସନାଲ ହୋଟେଲରେ ରହୁଥିଲେ। ବ୍ଲାଦୀମିର ରୁଷିଆନ ଅତ୍ୟନ୍ତ ମଦ୍ୟପାନ କରି ୨୨ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ଆଜି ତାଙ୍କର ଶବ ସତ୍କାର କରି ନିଜ ହୋଟେଲ କୁ ୩ ଜଣ ଫେରି ଆସିଥିବା ବେଳେ ସେହି ୩ ଜଣ ମଧ୍ୟରୁ ଆଉ ଜଣେ ଋଷୀୟା ପର୍ଯ୍ୟଟକ ପାବେଲି ଅନ୍ଥମ ଟିକେ ଡିପ୍ରେସରେ ରହିଥିବା ନେଇ ଗାଇଡ ଜିତେନ୍ଦ୍ର ସିଂହ କହିଛନ୍ତି । ପରେ ସେ ହୋଟେଲ ସାଇ ଇଣ୍ଟର୍ ନେସନାଲରୁ ଛlତ ଉପରକୁ ଯାଇ ଉପରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କ ଗାଇଡ ଶ୍ରୀ ଜିତେନ୍ଦ୍ର ସିଂହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ସେବା ଡକାଇ ସ୍ଥାନାନ୍ତରିତ କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହିଭଳି ଘଟଣା ପ୍ରଥମ ଥର ଜିଲ୍ଲାରେ ହୋଇଥିବା ବେଳେ ରାୟଗଡ଼ାରେ ଏହା ଚାଞ୍ଚଲ୍ୟ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *