ଫୋକସ ପ୍ଲସ 5/12/2022( ମାହାଙ୍ଗା): ସୁପ୍ରସିଦ୍ଧ ଗୀତିକାର ସଂଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ ରବି ମହାନ୍ତିଙ୍କ ସୃତିରେ ଜନ୍ମମାଟି ସମସରପୁର ସୋମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନାଟ୍ୟ ନିର୍ଦ୍ଦେଶକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଆକାଶବାଣୀ ଓ ଦୂରଦର୍ଶନରେ ବେଶ ଜଣାଶୁଣା ଗୀତିକାର ରବି ନାହାନ୍ତି ଆଉ ନାହାନ୍ତି ସତ l କିନ୍ତୁ ତାଙ୍କର କାଳଜୟୀ ସୃଷ୍ଟି ସଂଭାର ଓଡ଼ିଆ ସାରସ୍ୱତ ଜଗତର ଅମୂଲ୍ୟ ସଂପଦ ହୋଇ ରହିବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ l ଶିକ୍ଷାବିତ ଧ୍ରୁବ ଚରଣ ପ୍ରଧାନ, ଶିକ୍ଷାବିତ ଶାନ୍ତିଲତା ଦେବୀ, ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସାହିତ୍ୟିକ ଅଖିଳେଶ ମହାନ୍ତି,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ବିରୂପା ପୂଜ୍ୟ ପୂଜା ପ୍ରତିଭା ସଂସଦ ସଭାପତି ଦେବେନ୍ଦ୍ର ମହାନ୍ତି,ଅମିତ ମହାନ୍ତି, ନିର୍ମଳ କାନୁନଗୋ, ଏବଂ ରବି ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ମାହାଙ୍ଗା ମାଟିର ଏହି ଯଶସ୍ବୀ ସାରସ୍ୱତ ସାଧକଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ ପାଇଁ ସବୁ ସ୍ତରରୁ ଉଦ୍ୟମ ଆରମ୍ଭ ହେଉ ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ ମାନେ ଆହ୍ୱାନ ଦେଇଥିଲେ l
ଗୀତିକାରଙ୍କ ସୃତିରେ ଶ୍ରଦ୍ଧାଞ୍ଜଳି ସଭା
