ଫୋକସ ପ୍ଲସ 3/12/2022(କେନ୍ଦୁଝର):ଭଗବାନ ମଣିଷ ଜାତି କୁ ବିଭିନ୍ନ ରୂପରେ ଜନ୍ମ କରିଥା’ନ୍ତି l ସେମାନଙ୍କ ମଧ୍ୟ ରେ କିଏ ଡାକ୍ତର, କିଏ ଓକିଲ, କିଏ ସରକାରୀ ଚାକିରିଆ, କିଏ ନେତା ମନ୍ତ୍ରୀ କିମ୍ବା ପ୍ରଶାସନ ଅଧିକାରୀ, ସମାଜ ରେ ଏହି ବ୍ୟକ୍ତି ବିଶେଷ ମାନଙ୍କୁ ଛାଡିଦେଲେ ଆହୁରି ଅନେକ ଉଦାହରଣ ରହିଛି କିନ୍ତୁ ଏ ସମସ୍ତଙ୍କ ଠାରୁ ଭିନ୍ନ ଆଉ ନିଆରା ଯିଏକି ସମାଜ ହିତରେ ସମାଜ ପାଇଁ ନିଜକୁ ସମର୍ପଣ କରିଦେଇଥାଏ l ଏବଂ ଦେଖଣା ହାରି ଏହି କାର୍ଯ୍ୟ କୁ ଯେତେ ବାହା ବାହା କରିଥିଲେ ମଧ୍ୟ ତିଳେ ମାତ୍ର ଆତ୍ମ ଗର୍ବ ନ ଦେଖାଇ ଯେଉଁ ମାନେ ଏହି ସମାଜ ସେବା କୁ ନିଶା ଭାବେ ଗ୍ରହଣ କରିନିଅନ୍ତି ସେମାନଙ୍କୁ ପ୍ରକୃତ ସମାଜସେବୀ କୁହାଯାଏ lଏପରି ଏକ ନମୁନା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କେନ୍ଦୁଝର ପୌରାଞ୍ଚଳ ଅଧିନସ୍ଥ 21ନମ୍ବର ୱାର୍ଡ ବ୍ରାହ୍ମଣୀଗାଁ ରେ l ଯେଉଁଠି ନିଜ ସମ୍ପର୍କୀୟ ସାହିପଡିଶା ଶବକୁ ଛୁଇଁବା ଦୂରର କଥା ପାଖ ମାଡି ନଥିବା ବେଳେ ନା ଏଠି ପ୍ରଶାସନର ଦେଖାଅଛି l ସେଇଠି ହାତ ବଢ଼ାଇଛି ଏକ ସମାଜ ସେଵୀ ସଂଗଠନ lଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପୌରାଞ୍ଚଳ ଅନ୍ତର୍ଗତ 21ନମ୍ବର ୱାର୍ଡ ବ୍ରାହ୍ମଣୀଗାଁ ରେ l ସୂଚନା ମୁତାବକ ଗ୍ରାମ ର ପଣ୍ଡା ନାଏକ ବିବାହ କରିଥିଲା ଏକ ଅନ୍ୟ ସମ୍ପ୍ରଦାୟ ର ଝିଅ କୁ ଏହାକୁ ବିରୋଦ୍ଧ କରି ଗ୍ରାମରୁ ବାସନ୍ଦ କରିଥିଲେ ଗ୍ରାମବାସୀ l ପଣ୍ଡା ନାଏକ ତାର ଦୁଇ ଛୋଟ ଛୁଆ ଓ ସ୍ତ୍ରୀ ସହ ରହି ଆସୁଥିଲା କିନ୍ତୁ କିଛି ଦିନ ହେବ ତାର ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖି ଅନ୍ୟତ୍ର ଚାଲିଯାଇଥିଲା ଦୁଇ ଛୋଟ ଛୁଆଙ୍କ ସହ ରହିଆସୁଥିବା ବେଳେ ଗତ ଦୁଇ ଦିନ ତଳେ ତାର ଦେହ ଅସୁସ୍ଥ ହେବାରୁ କେନ୍ଦୁଝର ମେଡିକାଲ ରେ ଭର୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ ହୋଇଥିଲା ହେଲେ ତାର ଶବକୁ ନବାକୁ କିଏ ବି ରାଜି ହୋଇନଥିଲେ l ଶେଷ ରେ ସମାଜ ସେଵୀ ସଂଗଠନ ଲାଇଭ ସେଭର୍ସ ଗୃପ ଓ ଭରସା ପରିବାର ଗୃପର ସଦସ୍ୟ ମାନେ ସମାଜସେବୀ ସଂଜୀବ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ମହାପ୍ରୟାଣା ଗାଡ଼ିରେ ନେଇ ବ୍ରାହ୍ମଣୀଗାଁ ଠାରୁ ତିନି କିଲୋମିଟର ଦୂରତା ରେ ଶବ ଟିକୁ ସତ୍କାର କରି ଏକ ମହାନ କାର୍ଯ୍ୟ ର ପରିଚୟ ସୃଷ୍ଟି କରିପାରିଛନ୍ତି l
