ପୁଣି ଝରକା ତାଡି, ବ୍ୟାଙ୍କ୍ ଲୁଟ

ଫୋକସ ପ୍ଲସ 2/11/22(ବସ୍ତା): ସିଂଲା ଥାନା , ଭାରତୀୟ ଷ୍ଟେଟବ୍ୟାଙ୍କ୍ କାଣ୍ଡଗାଁ ଶାଖାର ଲୁଟ। ପଛ ପଟ ଝରକା ତାଡି ବ୍ୟାଙ୍କରୁ ଲୁଟନେଲେ ଦୁର୍ବୃତ୍ତ। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସଠିକ୍ ଜଣା ପଡିନଥିବା ବେଳେ, ସିଂଲା ପୋଲିସ ଅଭିଯୋଗ ପାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଲଗାତାର ଭାବେ ସିଂଲା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଲୁଟପାଟ ,ଏଟିଏମ୍ ଲୁଟ ହେଉଥିବା ବେଳେ, ପୁଣି ବ୍ୟାଙ୍କ୍ ଲୁଟ ପୋଲିସର ଦକ୍ଷତାକୁ ନେଇ ସାଧରଣରେ ଉଠୁଛି ବଡ ପ୍ରଶ୍ନ। କେବଳ ସିଂଲା ନୁହଁ ବସ୍ତା ଅଞ୍ଚଳର ସକ୍ରିୟ ହୋଇ ଉ ଉଠିଛନ୍ତି ବ୍ୟାଙ୍କ୍ ଲୁଟେରା। ନିକଟରେ ଦିନ ଦ୍ଵିଫରରେ ମାରଣା ଅସ୍ତ୍ର ଦେଖାଇ,ବରୁଣ ଗଡିଆ ବ୍ୟାଙ୍କ୍ ଅଫ ବରୋଦା ଓ ଶ୍ରୀରାମପୁର ଭାରତୀୟ ଷ୍ଟେଟବ୍ୟାଙ୍କ୍ , ଓ ମୁକୁଳୁସି ଷ୍ଟେଟବ୍ୟାଙ୍କ୍ ଚୋରି ସହିତ ଅନେକ ଏଟିଏମ୍ ଲୁଟି ନେଇଛନ୍ତି ଲୁଟେରା। ମାତ୍ର ଲୁଟେରା ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଠାରେ ପୋଲିସର ପାରିବ୍ବା ପଣିଆ ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *