ଫୋକସ ପ୍ଲସ 1/11/22( ମୟୁରଭଞ୍ଜ ):ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ମାଧରୁ ବିଭିନ୍ନ ସମୟରେ ଚୋରା କାଠ ମାଫିଆ ମାନେ ବନ ବିଭାଗକୁ ଚକମା ଦେଇ ଚୋରାରେ କାଠ ଚାଲାଣ କରୁଥିବା ବେଳେ ଉଦଳା ବନ ବିଭାଗକୁ ଦେଖିବାକୁ ମିଳିଛି ଆକ୍ସନ ମୋଡ଼ ରେ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ଉଦଳା ବନ ବିଭାଗର ରେଞ୍ଜର ଅରୁଣ କୁମାର ବେହେରା ଙ୍କ ନିର୍ଦେଶରେ ଉଦଳା ବନ ବିଭାଗର ଫରେଷ୍ଟର ଅଙ୍କୁର ମହାଳିକ,ନିଜର କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଅଞ୍ଜନ କୁମାର ଲେଙ୍କା, ଅନନ୍ତ ନାରାୟଣ ଚୌଧୁରୀ, ପପୁ ମିହାକୁଡ଼, ଅଜୟ କୁମାର ସାହୁ, ସାମଲ ସିଂ, ଅଭିଳାଷ ସିଂ, ପଦ୍ମନାଭ ଜେନା ଙ୍କୁ ସାଙ୍ଗରେ ନେଇ ଉଦଳା ଥାନା ଅଧିନସ୍ଥ କୁଟଲିଙ୍ଗ ରାସ୍ତାରେ ପେଟ୍ରୋଲିଙ୍ଗକୁ କଡାକଡ଼ି କରିଥିଲେ, OD 11 G- 8430 ନମ୍ବର ବିଶିଷ୍ଠ ଏକ ଅଟୋ ରେ ଶାଗୁଆନ କାଠ ବୋଝେଇ ହୋଇ ଘୁଁଟିବଣୀ ରୁ ଉଦଳା ଅଭିମୁଖେ ଆସୁଥିବା ବେଳେ ଚୈତନ୍ୟଗୋଡି ବନ୍ଧସାହି ନଦୀ ଘାଟ ନିକଟରେ ମାଡି ବସିଥିଲେ ଉଦଳା ବନ ବିଭାଗ, ବନ ବିଭାଗ କର୍ମଚାରୀଙ୍କୁ ଦେଖି ଅଟୋ ଚାଳକ ଅଟୋ ଛାଡି ଚମ୍ପଟ ମାରିଥିବା ବେଳେ ଚୋରା କାଠ ବୋଝେଇ ଅଟୋକୁ ଜବଦ କରିଥିଲା ଉଦଳା ବନ ବିଭାଗ, କାଠ ସମେତ ଅଟୋ କୁ ଜବଦ କରି ଉଦଳା ବନ ବିଭାଗ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛି ବନ ବିଭାଗ, ଜବଦ ହୋଇଥିବା ଶାଗୁଆନ କାଠର ଆନୁମାନିକ ମୂଲ୍ୟ 10 ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଉଦଳା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ବନ ବିଭାଗର ଆକ୍ସନ ମୋଡ଼ ପାଇଁ ବିଭାଗକୁ ଅଂଚଳରେ ପ୍ରଶଂସା କରା ଯାଇଛି l
ଶାଗୁଆନ କାଠ ହେଲା ଜବତ
