ଫୋକସ ପ୍ଲସ(ଦଶପଲ୍ଲା): ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଉପ କାରାଗାରରୁ ମଙ୍ଗଳବାର ପୂର୍ବାହ୍ନ 10:30 ମିନିଟରେ ବିଚରାଧୀନ କଏଦୀ ଚମ୍ପଟ ମାରି ଫେରାର ହୋଇଛି l ସୂଚନା ଥାଉକି କଟକ ଜିଲ୍ଲା ନରସିଂହପୁର ନିକଟସ୍ଥ ଜିଲିଣ୍ଡା(ବାସନ୍ତପୁର ) ଗ୍ରାମର ହିମାଂଶୁ ନାୟକ ଗତ 27-11-2020 ରିଖରେ ନିଜ ସ୍ତ୍ରୀକୁ ମାରି ଶଶୁରଘର ଗ୍ରାମ ଛାଡମୁଳ ନିକଟସ୍ଥ ଏକ ପଥର ଖୋଲରେ ରଖି ଏକା ବୁଦାମୂଳେ ଲୁଚିଥିବା ଅବସ୍ଥାରେ ଗଣିଆ ପୋଲିସ କାବୁକରି ଥାନାକୁଆଣି ଅଧିକ ପଚରାଉଚରା ପରେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ମାନିବାପରେ ଦଶପଲ୍ଲା ବିଚାର ବିଭାଗୀୟ ଅଦାଲତକୁ ପଠାଇଦିଆଯାଇଥିଲା l ହିମାଂଶୁ ବିଚାରଧୀନଭାବେ କାରାଗାରରେ ଥିବାବେଳେ କାର୍ଯ୍ୟରେ ଥିବା କର୍ମଚାରୀଙ୍କୁ ଚକମାଦେଇ ଚମ୍ପଟ ମାରିଛି l ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି ଯେ ସରକାର ରାଜ୍ୟକୋଷରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ବିଚରାଧୀନ କଏଦୀଙ୍କ ପାଇଁ ସୁରକ୍ଷl ଯୋଗାଇଦେବାପାଇଁ କର୍ମଚାରୀ ନିୟୋଜିତ କରିଛନ୍ତି l କିନ୍ତୁ କର୍ମଚାରୀମାନଙ୍କ ଅପାରଗତାପାଇଁ ଦିନ ଦ୍ୱିପ୍ରହରେ କାର୍ଯ୍ୟରେ ଥିବା ଜେଲ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କ ଆଖିରେ ଧୂଳିଦେଇ ଫେରାର ଥିବା ସୂଚନା ମିଳିଛି l
ଦଶପଲ୍ଲାରୁ ସମୀର କୁମାର ବେହେରାଙ୍କ ରିପୋର୍ଟ