ଫୋକସ ପ୍ଲସ( ଉଦଳା ): ହୀନ ମାନସିକତା, ଅତି ନିନ୍ଦନୀୟ, ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଦୁଷ୍କର୍ମ କରିଲା ଅଜା| ଏଭଳି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ଏଭଳି ଘଟଣା ଘଟିଛି ଉଦଳା ଥାନା ଉପରତାଳଡିହା ଗ୍ରାମରେ | ଗ୍ରାମର ଲିଟୁ ସିଂ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ କହି ତାଙ୍କର ସମ୍ପର୍କୀୟ ୭ ବର୍ଷର ନାତିକୁ ସାଙ୍ଗରେ ଡାକି ନେଇଥିଲା| ୭ ବର୍ଷର ନାତି ମଧ୍ୟ ଅଜା ସହିତ ଜଙ୍ଗଲକୁ ଯାଇଥିଲା | ହେଲେ ଜଙ୍ଗଲ ଭିତରେ ଅଜା ସାଜିଲା ଯୌନ ପିଶାଚ| ନାତିକୁ ଧମକ ଦେଇ ତା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା..ଯେଉଁଥିରେ ନାତି ଜଣକ ଗୁରୁତର ହୋଇଥିଲେ |ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଅଜା ଲିଟୁ ସିଂ କୁ ଗିରଫ କରିଛି | ତତସହିତ ଗୁରୁତର ନାତିକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |
